କନକ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ଯେଉଁଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରଚାର । ଏସବୁ ଭିତରେ ଆସନ୍ତା ୭ ତାରିଖରେ ଝାରସୁଗୁଡା ପ୍ରଚାର ମୈଦାନକୁ ଓହ୍ଳାଇପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ନବୀନ । ୭ ତାରିଖରେ ନିର୍ବାଚନୀ ସଭାରେ ଦୀପାଳିଙ୍କ ପାଇଁ ଭୋଟ ମାଗିବେ ନବୀନ । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Advertisment

ଗୋଟିଏ ପଟେ ବିଜେଡି ନବୀନଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ବିଜେପି ୩ କେନ୍ଦ୍ରମନ୍ତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି । ତେଣୁ ଏହି ୩ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଖୁବଶୀଘ୍ର ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ । ସେହିଭଳି କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି । ଏଭଳିସ୍ଥଳେ ଆଗକୁ ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପିବ ଝାରସୁଗୁଡା ପ୍ରଚାର ମୈଦାନ ।