ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ।

208

କନକ ବ୍ୟୁରୋ: ପିପିଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କଣ କହିବେ ନବୀନ ? କିଭଳି ଭୋଟରଙ୍କୁ ଆକୃଷ୍ଟ କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ପିପିଲି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର ଜୋର ଧରୁଛି । ପିପିଲିରେ ଆଜି ହାଇ ପ୍ରୋଫାଇଲ ପ୍ରଚାର ଦେଖିବାକୁ ମିଳୁଛି । ଅନ୍ୟ ଦଳର ବଡ ବଡ ନେତା ମୈଦାନକୁ ଓହ୍ଲାଇଥିବା ବେଳେ ଆଜି ବିଜେଡି ସୁପ୍ରିମୋ ଭର୍ଚୁଆଲ ମାଧ୍ୟମରେ ପ୍ରଚାର ଆରମ୍ଭ କରିଛନ୍ତି ।

କରୋନା ମହାମାରୀ ପାଇଁ ପିପିଲି ଯାଇ ନାହାନ୍ତି ନବୀନ । ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସେ ଭର୍ଚୁଆଲରେ ପ୍ରଚାର କରୁଛନ୍ତି । ତେବେ ସମସ୍ତଙ୍କ ନଜର କେମିତି ଭୋଟରଙ୍କୁ ଆକୃଷ୍ଟ କରିବେ ନବୀନ