କନକ ବ୍ୟୁରୋ: ନବୀନ ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧନ କରିବା ପରେ ପ୍ରଚାରରେ ମଇଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ । ନିମାପଡାରେ ରୋଡ ସୋ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ।
ରାଜନୀତିର ହଟସ୍ପଟ ପାଲଟିଥିବା ନିମାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିମାପଡାରେ ରୋଡ ସୋ କରି ଦଳୀୟ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।
ନବୀନଙ୍କୁ ଦେଖିବା ପାଇଁ ନିମାପଡାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ଲୋକ ନବୀନଙ୍କୁ ରାସ୍ତାରେ ଅପେକ୍ଷା କରିଥିଲେ । ଏମିତିକି ଜନ ଗହଳିକୁ ଏଡାଇ ଆଗକୁ ବଢ଼ିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ କଷ୍ଟକର ହୋଇଥିଲା ।
ପୂର୍ବରୁ ନବୀନ ଭୁବନେଶ୍ୱରର ତିନି ବିଧାନସଭା କ୍ଷେତ୍ରରେ ରୋଡ ସୋ କରିଥିଲେ । ଏବେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଥିବା ନିମାପଡା ବିଧାନସଭା କ୍ଷେତ୍ରରେ ରୋଡସୋ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/25-22.jpg)