ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ : ତାରାତାରିଣୀ ମନ୍ଦିରରେ ମା’ଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ । ପୁରୁଷୋତମପୁରରେ ରୋଡ୍ ସୋ’ କାର୍ଯ୍ୟକ୍ରମ

185

କନକ ବ୍ୟୁରୋ : ଗଂଜାମ ତାରା ତାରିଣୀ ମନ୍ଦିରରେ ପହଂଚି ମାଆଙ୍କ ଆଶୀର୍ବାଦ ନେଲେ ନବୀନ ପଟ୍ଟନାୟକ । ଆଜି ହିଂଜିଳିରୁ ନାମାଙ୍କନ ଦାଖଲ୍ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ହିଂଜିଳି ନିର୍ବାଚନମଣ୍ଡଳୀ ଏହି ପର୍ଯ୍ୟାୟରେ ରହିଛି । ତେଣୁ ଆଜି ନବୀନ ଛତ୍ରପୁର ଠାରେ ହିଂଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ୍ କରିବେ । ଏହି ସମୟରେ ନବୀନ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ନବୀନ ୧୧ଟା ୧୫ରେ ପ୍ରାର୍ଥୀପତ୍ର ଦାଖଲ କରି ୧୧ଟା ୪୫ରେ ଭୁବନେଶ୍ୱର ଫେରିବେ । ଅନ୍ୟପଟେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ୨୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି ।