ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜର ଦେଶ୍-କା-ମୁଡ୍ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହେଲେ ନବୀନ ପଟ୍ଟନାୟକ ।

Advertisment
ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜର ଦେଶ୍-କା-ମୁଡ୍ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହେଲେ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଦେଶ୍-କା-ମୁଡ୍ ସର୍ଭେ ଅନୁସାରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ, ସେନେଇ ଏବିପି ନ୍ୟୁଜ୍ ପକ୍ଷରୁ ଜନମତ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନ ଆଧାରରେ ଜନତାଙ୍କ ମତାମତ ସଂଗ୍ରହ କରାଯାଇଥିଲା ।

publive-imageଏଥିରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍, ପଂଚମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ, ସପ୍ତମ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି । ବଡ଼ କଥା ହେଉଛି ଶ୍ରେଷ୍ଠ ୭ ଜଣ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଜଣେ ହେଲେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ନାହାନ୍ତି । ଅଷ୍ଠମରୁ ଦଶମ ସ୍ଥାନରେ ରହିଛନ୍ତି, ମଧ୍ୟପ୍ରଦେଶ, ଗୋଆ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe