କନକ ବ୍ୟୁରୋ : ସଂସଦ ଭବନରେ ନବୀନ ଏକା ଏକା ଚାଲିବା ପ୍ରସଙ୍ଗରେ ଗଣମାଧ୍ୟମର ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖପାତ୍ର ଅମର ଶତପଥୀ କହିଛନ୍ତି, କେଉଁ ପରିସ୍ଥିତିରେ କିଏ ଆସି ନପାରିଲା ତାକୁ ଅସମ୍ମାନ ବୋଲି କହିବା ଉଚିତ ନୁହେଁ । ସେପଟେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ନବୀନ ଏକା ଏକା ସଂସଦ ଭବନ ପରିସରରେ ଚାଲିବା କୌଣସି ଅସ୍ୱାଭାବିକ କଥା ନୁହେଁ ।
କିନ୍ତୁ ଦଳର ନେତାମାନେ ସ୍ପଷ୍ଟ କରୁନାହାନ୍ତି ଯେ କେଉଁ ପରିସ୍ଥିତିରେ ଦଳର ସୁପ୍ରିମୋଙ୍କୁ ସାଂସଦ ଭବନ ଭିତରେ କୌଣସି ସାଂସଦ ସାକ୍ଷାତ କରିବାକୁ ଆସିନଥିଲେ । ଏହାଛଡା ମହାନଦୀ ପ୍ରସଙ୍ଗରେ କାହିଁକି ପ୍ରତିବାଦ କାର୍ଯ୍ୟକ୍ରମ ପାଇଁ କୌଣସି ସାଂସଦ ଆସିଲେ ନାହିଁ ତାକୁ ନେଇ ମଧ୍ୟ ସ୍ପଷ୍ଟ ଉତର ରଖିନାହାନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ଦଳର ସାଂସଦମାନେ ମଧ୍ୟ ଏନେଇ ମୁହଁ ଖୋଲିବାକୁ ନାରାଜ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-16-20h29m31s661.png)