ନବୀନ-ନୀତିଶ ଭେଟଘାଟ : ୨୦ ମିନିଟର ଭିତିରି କଥା

27

ନବୀନ ନିବାସରେ ନୀତିଶ କୁମାର । ବେଶ କିଛି ସମୟର ଆଲୋଚନା । ଉତ୍ତରପ୍ରଦେଶର ଜନାଦେଶକୁ ସାରା ଦେଶ ଅପେକ୍ଷା କରିଛି । ଆଉ ଏହାର ଠିକ ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ପର୍ଯ୍ୟାଲୋଚନା । ଯଦିଓ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ନୀତିଶ ଭୁବନେଶ୍ୱର ଆସିଥିଲେ, ତେବେ ନବୀନଙ୍କୁ ଭେଟିବା ପାଇଁ ସମୟ ବାହାର କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏକଦା କେନ୍ଦ୍ରରେ ଏନଡିଏ ସରକାରରେ ବିଜେଡି ଓ ଜେଡିୟୁ ଅଂଶବିଶେଷ ଥିଲା । ନବୀନ ଓ ନୀତିଶ ଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ସମୟ ଚକ୍ରରେ ଏହି ଦୁଇ ଦଳ ଆଜି ଭାଜପାର ଶତ୍ରୁ, ମୋଦିଙ୍କ ବିରୋଧୀ । ବିହାର ନିର୍ବାଚନରେ ନୀତିଶ ଓ ମୋଦିଙ୍କ ମଧ୍ୟରେ ବିବାଦ ଶିଖର ଛୁଇଁଥିଲା । ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ ବ୍ୟକ୍ତିଗତ ସ୍ତରରେ ପହଂଚିଲା । ବିହାରି ବନାମ ବାହାରିର ରାଜନୀତି । ନୀତିଶ ବାଜି ମାରିବା ପରେ ମୋଦି ବିରୋଧୀ ଶକ୍ତି ମଜଭୁତ ହୋଇଥିଲା ।

ଏପଟେ ରାଜ୍ୟରେ ପଂଚାୟତ ନିର୍ବାଚନରେ ବିଜେପିର ଶକ୍ତିବୃଦ୍ଧି ପରେ ନବୀନ ଚିନ୍ତିତ ଥିବା ଚର୍ଚ୍ଚା ହେଉଛି । ବିଜେଡି ସୁପ୍ରିମୋଙ୍କ ଉଭୟ କଂଗ୍ରେସ ଆଉ ବିଜେପି ଠାରୁ ସମଦୁରତ୍ୱ ନୀତି ମଧ୍ୟ ରହିଛି । ଆଉ ଏହାରି ଭିତରେ ଦୁଇ ମୋଦି ବିରୋଧୀ ତତ୍ତ୍ୱ ୨୦ ମିନିଟ ଧରି ନିବୁଜ କୋଠରୀରେ ଆଲୋଚନା କରିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ୧୧ରେ ଆସିବ ୟୁପି ଜନାଦେଶ । ମୋଦି ବାଜିମାତ କରିବେ, ରାହୁଲ-ଅଖିଳେଶ ମେଂଟ ଉପରେ ଲୋକଙ୍କ ଆସ୍ଥା ରହିବ ନା ମାୟାବତୀଙ୍କ ମାୟା ଲୋକ ଦେଖିବେ ।

ଯାହାର ସିଧାସଳଖ ପ୍ରଭାବ ରହିବ ଦେଶର ସାମଗ୍ରିକ ରାଜନୀତି ଉପରେ । କାରଣ ଦେଶର ସବୁଠାରୁ ବଡ ରାଜ୍ୟର ଫଳାଫଳ ୨୦୧୯ ସାଧାରଣ ନିର୍ବାଚନ ଉପରେ ରହିବ । ଦେଶରେ ଭାଜପା ବିରୋଧୀ ଶକ୍ତି ଏକାଠି ହେବେ ନା ଅଛେ ଦିନର ନବୀନ-ନୀତିଶ ଭେଟଘାଟ । ୨୦ ମିନିଟର ଭିତିରି କଥାସ୍ୱପ୍ନ ଦେଖାଇଥିବା ମୋଦି ପୁଣି ବିରୋଧୀଙ୍କୁ ଚକମା ଦେବେ, ତାର ମୁଳଦୁଆ ପଡିବ । ତେବେ ଫଳାଫଳର ଠିକ ଆଗରୁ ନବୀନ-ନୀତିଶ ଏକାଠି ହେବା ଅନେକ ଦିଗକୁ ସାମ୍ନାକୁ ଆଣିଛି । ଜାତୀୟ ଦୃଶ୍ୟପଟ୍ଟରେ ତୃତୀୟ ମେଂଟକୁ ନେଇ ସବୁବେଳେ ଚର୍ଚ୍ଚା ରହିଛି । ନୀତିଶ, ମମତା, ନବୀନଙ୍କୁ ନେଇ ଅନେକ ଅଙ୍କ ମଧ୍ୟ କଷାଯାଇଛି । ତେଣୁ ଆଲୋଚନା ହେଉଛି, ଯଦି ୟୁପିରେ ମୋଦି ବାଜିମାତ କରନ୍ତି, ତେବେ ଜାତୀୟ ରାଜନୈତିକ ଦୃଶ୍ୟପଟରେ ନୂଆ ଶକ୍ତିର ଅଭ୍ୟୁଦୟ ହେବ ।

କଂଗ୍ରେସ ଏବେ ଅନ୍ୟ ରାଜନୈତିକ ଦଳ ସହ ସାଲିସ କରି ରାଜନୀତି କରୁଛି, ଯାହା ବିହାର ଆଉ ୟୁପିରେ ପ୍ରମାଣିତ ହୋଇସାରିଛି, ତେଣୁ ଆବଶ୍ୟକ ପଡିଲେ ତୃତୀୟ ମେଂଟରେ ଭାଗିଦାରୀ ହୋଇ ମୋଦିଙ୍କୁ ଅଟକାଇବାର ରଣନୀତି ତିଆରି କରିପାରେ କଂଗ୍ରେସ । ଆଉ ଏଭଲି ସ୍ଥିତିରେ ନବୀନ, ନୀତିଶଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏକଦା ଜନତା ପରିବାରର ଏକତ୍ରୀକରଣ ଉପରେ ମଧ୍ୟ ଜୋର ଦେଉଥିଲେ ମୁଳ ଜନତା ପରିବାରର କିଛି ନେତା । ଏ ଦିଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ. ଡି. ଦେବେଗୈାଡା ମଧ୍ୟ ଯୁକ୍ତି ବାଢିଥିଲେ । ତେଣୁ ଆଜିର ୨୦ ମିନିଟର ଆଲୋଚନା ଭିତରେ ଏସବୁ ପ୍ରସଙ୍ଗ ଉଠିଥିବାର ଅନୁମାନ କରାଯାଉଛି । ମାତ୍ର ବୈଠକ ପରେ ନୀତିଶ କହିଥିଲେ, ନବୀନଙ୍କ ସହିତ ବ୍ୟକ୍ତିଗତ ସଂପର୍କ ରହିଥିବାରୁ ସେ ଭେଟିବାକୁ ଆସିଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –