କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୧୨ଟାରେ ନବୀନ ନିବାସରେ ଭେଟଘାଟର କାର୍ଯ୍ୟକ୍ରମ । ସୂଚନା ଅନୁସାରେ ନୀତିଶ କୁମାର, ନବୀନ ନିବାସରେ ଲଞ୍ଚ କରିପାରନ୍ତି । ତେବେ ନବୀନଙ୍କ ସହ କଣ ଆଲୋଚନା କରିବେ ନୀତିଶ, ଏହାକୁ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ହେଉଛି । କୁହାଯାଉଛି ତୃତୀୟ ସାମୁଖ୍ୟ ସମ୍ପର୍କରେ ନୀତିଶ କୁମାର, ନବୀନଙ୍କ ସହ ଆଲୋଚନା କରିପାରନ୍ତି ।
ପୂର୍ବରୁ ଅନେକ ଥର ନବୀନ ନିବାସ ଆସିଛନ୍ତି ନୀତିଶ କୁମାର । ସେପଟେ ନବୀନ- ନୀତିଶଙ୍କ ଭେଟଘାଟ ନେଇ ବିଜେପିର କଟାକ୍ଷ । କହିଲା ରାଜ୍ୟ ଶାସନର ନିୟନ୍ତ୍ରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ । ନବୀନଙ୍କ ପାଖରେ ନିଷ୍ପତି ନେବାର ଅଧିକାର ବି ନାହିଁ ।
ନବୀନ-ନୀତିଶ ଭେଟ। ବିଜେପି କହିଲା, ନବୀନଙ୍କ ପାଖରେ ନିଷ୍ପତି ନେବାର ଅଧିକାର ନାହିଁ
/kanak/media/post_attachments/wp-content/uploads/2023/05/33-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)