ନିର୍ବାଚନରେ ବିଜେଡି ଜିତୁଛି କାହିଁକି? ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ କହିଲେ, ଦେଶ ପାଇଁ ‘ନବୀନ ମଡେଲ’ ଏକ ନୂଆ ମଡେଲ

Advertisment
ନିର୍ବାଚନରେ ବିଜେଡି ଜିତୁଛି କାହିଁକି? ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ କହିଲେ, ଦେଶ ପାଇଁ ‘ନବୀନ ମଡେଲ’ ଏକ ନୂଆ ମଡେଲ

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପ୍ରତିକ୍ରିୟା । କହିଲେ, ଫଳାଫଳ ବିଜେଡି ସପକ୍ଷରେ ଯିବାରେ ମୁଁ ଆଶ୍ଚର୍ଯ୍ୟ ନୁହେଁ । ଧର୍ମକୁ ନେଇ ରାଜନୀତି କରିବାର ଆବଶ୍ୟକତା ନାହିଁ । ଓଡିଶାରେ ଏହା ବାରମ୍ବାର ପ୍ରମାଣିତ ହୋଇଚାଲିଛି । ଦେଶ ପାଇଁ ‘ନବୀନ ମଡେଲ’ ଏକ ନୂଆ ମଡେଲ ।

ସେହିପରି ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ପଞ୍ଚାୟତ ନିର୍ବାଚନରେ କଣ ଘଟୁଛି ସମସ୍ତେ ଜାଣନ୍ତି । ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିଲା । ବିରୋଧୀ କିଛି ପ୍ରସ୍ତୁତି କଲେନି, ଫଳ କେମିତି ପାଇବେ? ନିର୍ବାଚନରେ କେବଳ ଏକମାତ୍ର ଦଳ ବିଜେଡି ଥିଲା । ଲୋକଙ୍କ ପାଖକୁ ଯାଉଥିଲା ଦୁଇପଦ କଥା କହୁଥିଲା । ଅନ୍ୟ ଦଳ ପାର୍ଟି ଅଫିସରୁ ବାହାରକୁ ବାହାରିଲେନି ତାଙ୍କୁ ଲୋକ କାହିଁକି ଭୋଟ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe