କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପ୍ରତିକ୍ରିୟା । କହିଲେ, ଫଳାଫଳ ବିଜେଡି ସପକ୍ଷରେ ଯିବାରେ ମୁଁ ଆଶ୍ଚର୍ଯ୍ୟ ନୁହେଁ । ଧର୍ମକୁ ନେଇ ରାଜନୀତି କରିବାର ଆବଶ୍ୟକତା ନାହିଁ । ଓଡିଶାରେ ଏହା ବାରମ୍ବାର ପ୍ରମାଣିତ ହୋଇଚାଲିଛି । ଦେଶ ପାଇଁ ‘ନବୀନ ମଡେଲ’ ଏକ ନୂଆ ମଡେଲ ।
ସେହିପରି ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ପଞ୍ଚାୟତ ନିର୍ବାଚନରେ କଣ ଘଟୁଛି ସମସ୍ତେ ଜାଣନ୍ତି । ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିଲା । ବିରୋଧୀ କିଛି ପ୍ରସ୍ତୁତି କଲେନି, ଫଳ କେମିତି ପାଇବେ? ନିର୍ବାଚନରେ କେବଳ ଏକମାତ୍ର ଦଳ ବିଜେଡି ଥିଲା । ଲୋକଙ୍କ ପାଖକୁ ଯାଉଥିଲା ଦୁଇପଦ କଥା କହୁଥିଲା । ଅନ୍ୟ ଦଳ ପାର୍ଟି ଅଫିସରୁ ବାହାରକୁ ବାହାରିଲେନି ତାଙ୍କୁ ଲୋକ କାହିଁକି ଭୋଟ ଦେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/6-39.jpg)