ଅସୁସ୍ଥ ରାଜ୍ୟପାଳଙ୍କୁ ଆପୋଲୋ ହସ୍ପିଟାଲରେ ଭେଟିଲେ ନବୀନ : ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

25

କନକ ବ୍ୟୁରୋ : ଅସୁସ୍ଥ ହୋଇ ପଡିଛନ୍ତି ରାଜ୍ୟପାଳ ଏସସି ଜମିର । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ରାଜ୍ୟପାଳ । ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କୁ ହୃଦରୋଗ ବିଭାଗରେ ଚିକିତ୍ସା କରାଯାଉଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ଡାକ୍ତର ।

ପୂର୍ବରୁ ମଧ୍ୟ ରାଜ୍ୟପାଳ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ଡାକ୍ତର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରଖାନାକୁ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ହସ୍ପିଟାଲରେ ଡାକ୍ତରଙ୍କ ସହ ଆଲୋଚନା କରି ରାଜ୍ୟପାଳଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଛନ୍ତି । ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।