ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ! ହକିକୁ ଜାତୀୟ କ୍ରୀଡା ଭାବେ ମାନ୍ୟତା ଦେବା ପାଇଁ ଦାବି କରିଲେ ମୁଖ୍ୟମନ୍ତ୍ରୀ ।

56

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିକୁ ଜାତୀୟ କ୍ରୀଡାଭାବେ ବିଦ୍ଧିବଧଭାବେ ମାନ୍ୟତା ଦେବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଚିଠିରେ ମୁଖ୍ୟମନ୍ତ୍ରୀ ହକିକୁ ସମ୍ମାନ ଦେବାକୁ ଦାବି କରି ଲେଖିଛନ୍ତି ଯେ, ହକିକୁ ଜାତୀୟ କ୍ରୀଡାର ମାନ୍ୟତା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ । ଏବଂ ଆଜି ପର୍ଯ୍ୟନ୍ତ କାହିଁକି ହକିକୁ ଜାତୀୟ କ୍ରୀଡା ମାନ୍ୟତା ନେଇ ବିଦ୍ଧିବଧଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଚିଠି ମାଧ୍ୟମରେ ମୋଦିଙ୍କୁ ଜଣାଇଛନ୍ତି ।

ଏପରିକି ଯଦି କୌଣସି ଦେଶ ସ୍ୱର୍ଣ୍ଣ ପଦକ ବିଜୟୀ ହୁଏ , ତାହା ଦେଶ ପାଇଁ ଏକ ଗର୍ବର ମୂହୁର୍ତ୍ତ , କାରଣ ବିଶ୍ୱ ଦରବାରରେ ଯେତେବେଳେ ଦେଶର ଜାତୀୟ ପତାକା ସହ ଜାତୀୟ ସଂଗୀତ ଗୁଞ୍ଜରିତ ହୋଇଥାଏ ସେତେବେଳେ ଦେଶବାସୀ ଗୌରାବନ୍ୱିତ ଅନୁଭବ କରିଥାନ୍ତି । ଏହାର ଝଲକ ୧୯୪୮ ମସିହାରେ ଦେଖିବାକୁ ମିଳିଥିଲା । ୧୯୪୮ ମସିହାରେ ଭାରତ ଲଣ୍ଡନ ଅଲମ୍ପିକରେ ଗ୍ରେଟ ବ୍ରିଟେନକୁ ପରାଜୟ କରି ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ତେବେ ୧୯୮୦ ମସିହା ପର୍ଯ୍ୟନ୍ତ ଜାତୀୟ କ୍ରୀଡା ପରିପୃଷ୍ଠରେ ଭାରତ ତାର ଉତ୍ତମ ପ୍ରଦର୍ଶନ ଦ୍ୱାରା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଥିଲା । କୋଟି କୋଟି ଭାରତୀୟଙ୍କ ଆତ୍ମାରେ ହକି ଖେଳ ସ୍ୱତନ୍ତ୍ର ଘର କରିଛି ।

hockey world cupଭାରତର କୋଣ ଅନୂକୋଣରେ ହକିର ଫିଭର ରହିଛି, କିନ୍ତୁ ବିଶେଷ କରି ଓଡିଶାର ଆଦିବାସୀ ଅଧୂସିତ ଅଞ୍ଚଳ, ଝାଡଖଣ୍ଡ ଓ ଛତିଶଗଡ ପାଇଁ ହକି ଏକ ବଞ୍ଚିବାର ରାହା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଚିଠିରେ କହିଛନ୍ତି ନବୀନ । କେବଳ ଏତିକି ନୁହେଁ ବରଂ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଓଡିଶା ହକିର ପ୍ରାୟୋଜକ ଭାବେ ରହିବ ବୋଲି ନିଷ୍ପତି ରହିଛି । ନବୀନ ଚିଠିରେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଦିଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଲେଖିଛନ୍ତି ଯେ, ଆପଣ ଅବଗତଥିବେ ଆଗାମୀ ହକି ବିଶ୍ୱ କପ ନଭେମ୍ବର ମାସରେ ଓଡିଶାରେ ଆୟୋଜିତ ହେବାକୁ ଯାଉଛି । କିନ୍ତୁ ହକିକୁ ଜାତୀୟ କ୍ରୀଡାଭାବେ କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ବିଜ୍ଞପ୍ତି ଜରିଆରେ ଅଧିସୂଚିତ କରାଯାଇ ନାହିଁ ବୋଲି ନବୀନ ଚିଠିରେ ଜଣାଇଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ନବୀନ କହିଛନ୍ତି ଯେ, କୋଟି କୋଟି ଭାରତୀୟଙ୍କ ଆତ୍ମାରେ ଥିବା ହକି ଖେଳକୁ ଜାତୀୟ କ୍ରୀଡାର ମାନ୍ୟତା ଦେଇ ଅଧିସୂଚିତ ବିଜ୍ଞପ୍ତି ଜାରି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହାଦ୍ୱାରା ହକି ଖେଳାଳି ଉତ୍ସାହିତ ହେବା ସହ ଆଗାମୀ ପିଢ଼ିପାଇଁ ପ୍ରେରଣା ଯୋଗାଇବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।