ଅମିତ ଶାହାଙ୍କ ମିଶନ ୧୨୦କୁ ହସରେ ଉଡ଼଼ାଇଦେଲେ ନବୀନ ! ବିଜେଡ଼ି ସୁପ୍ରିମୋ କହିଲେ, ଅମିତଙ୍କ ଦୃଢୋକ୍ତିର କୌଣସି ଭିତ୍ତି ନାହିଁ

54

କନକ ବ୍ୟୁରୋ : ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ୧୨୦କୁ ନେଇ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ପ୍ରତିକ୍ରିୟା ରଖିଛନ୍ତି । ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ହସିପକାଇଛନ୍ତି ନବୀନ । ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ ଅମିତ ଶାହାଙ୍କ ଦୃଢୋକ୍ତିରେ କୌଣସି ଭିତି ଅଛି କି? ଏହାର ଉତରରେ ନବୀନ କହିଥିଲେ, ଏଥିରେ କୌଣସି ଭିତି ନାହିଁ । ଗତକାଲି ବଲାଙ୍ଗୀରରେ ଅମିତ ଶାହା କହିଥିଲେ, ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ୧୨୦ରୁ ଅଧିକ ଆସନ ପାଇବ ।

ବିଜେପିର ମିଶନ ୧୨୦+ ଟାର୍ଗେଟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ପରେ ବିଜେଡ଼ି ନେତାଙ୍କ ମନୋବଳ ବୃଦ୍ଧି ପାଇଛି । ଗଣମାଧ୍ୟମର ଜଣେ ପ୍ରତିନିଧି ବିଜେପିର ଏହି ଟାର୍ଗେଟ ପଛରେ କୌଣସି ଭିତ୍ତି ଅଛି କି ବୋଲି ପ୍ରଶ୍ନ କରିବା ପରେ ନବୀନ ହସିବା ସହ କହିଛନ୍ତି ଏହି ଟାର୍ଗେଟର କୌଣସି ଭିତ୍ତି ନାହିଁ ।

ଭବାନୀପାଟଣାରେ ପ୍ରଥମ ସାଧାରଣ ସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମିଶନ ୧୨୦+ ର କଥା ନ ଉଠାଇବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏବଂ ଏହାର ପରଦିନ ବଲାଙ୍ଗୀର ସାଧାରଣ ସଭାରେ ମିଶନ ୧୨୦+ କଥା ଉଠାଇଲେ ଅମିତ ଶାହା ।ଏପରିକି ୨୦୧୯ରେ ୧୨୦ରୁ ଅଧିକ ଆସନରେ ବିଜେଡ଼ି ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । କିନ୍ତୁ ଏହାକୁ ଏବେ ହସରେ ଉଡାଇ ଦେଇଛନ୍ତି ନବୀନ ।