ଆସ୍କା ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ମାରାଥନ ପ୍ରଚାର । ସାନଖେମୁଣ୍ଡି, ଶେରଗଡ ଓ ହିଞ୍ଜିଳିରେ ରୋଡ ସୋ’ କରି ମାଗିଲେ ଭୋଟ୍

କହିଲେ, ସାଢେ ୪ କୋଟି ଓଡିଆ ମୋ ପରିବାର

119

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡ ସୋ । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ସାନଖେମୁଣ୍ଡି, ଶେରଗଡ, ହିଂଜିଳିକାଟୁରେ ରୋଡ ସୋ କରିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ଏବଂ ଲୋକଙ୍କ ଆର୍ଶାୀବାଦ କାମନା କରିଛନ୍ତି । ସାଢେ ୪ କୋଟି ଓଡିଆ ମୋ ପରିବାର ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଝଲକ ପାଇବା ପାଇଁ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଭିଡ ଜମୁଛି ।

୧୮ରେ ହେବାକୁ ଥିବା ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାଜ୍ୟର ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏହା ଅଧିନରେ ଥିବା ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ । ଏହା ଅଧିନରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ୁଥିବା ହିଞ୍ଜିଳି ବିଧାନସଭା କ୍ଷେତ୍ର ରହିଛି । ତେଣୁ ଏହି ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ।