ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ୱ ଗ୍ରହଣ

Advertisment
ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ୱ ଗ୍ରହଣ

କନକ ବ୍ୟୁରୋ : ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ ଫଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୪ ମାର୍ଚ୍ଚ ୨୧ରେ ଏଏମଏନଏସ୍ ଇଣ୍ଡିଆର ସିଇଓ ତଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଦିଲ୍ଲୀପ ଓମେନଙ୍କ ଠାରୁ ନବୀନ ଜିନ୍ଦଲ ଆଇଏସଏର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇଏସଏର ପୂର୍ବତନ ସଭାପତିମାନଙ୍କ ମଧ୍ୟରେ ଜେଏସଡବ୍ଲ୍ୟୁ ଷ୍ଟିଲର ସିଏମଡି ସଜ୍ଜନ ଜିନ୍ଦଲ ଏବଂ ଟାଟା ଷ୍ଟିଲର ଏମଡି ତଥା ସିଇଓ ଟି.ଭି. ନରେନ୍ଦ୍ରନ୍ ।

ଇସ୍ପାତ, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଣୀ ଶିଳ୍ପ ସଂସ୍ଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଜଣେ ଜଣାଶୁଣା ଭାରତୀୟ ଶିଳ୍ପପତି ଓ ସମାଜସେବୀ । ପ୍ରତ୍ୟେକ ଭାରତୀୟ ସେମାନଙ୍କ ମୌଳିକ ଅଧିକାର ଭାବରେ 'ସବୁ ଦିନ ଜାତୀୟ ପତାକା ପ୍ରଦର୍ଶନ କରିବାର ଅଧିକାର' ହାସଲ ପାଇଁ ତାଙ୍କର ଦଶ ବର୍ଷ ଧରି ଚାଲିଥିବା ସଫଳ ଆଇନଗତ ଲଢ଼େଇ ପାଇଁ ମଧ୍ୟ ସେ ସୁପରିଚିତ । ସେ ଦୁଇ ଥର ଭାରତୀୟ ସଂସଦକୁ ନିର୍ବାଚିତ ହୋଇ ୧୦ ବର୍ଷ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe