କନକ ବ୍ୟୁରୋ: ଶାସକ ବିଜେଡି ଠିକଣାର ହୋଇଛି ନବକଳେବର । ଦଳୀୟ ଚିହ୍ନ ସହ ଦଳୀୟ କାର୍ଯ୍ୟାଳୟକୁ ଯୋଡ଼ି ଦେଇ, ନୂଆ ରୂପରେ ଆସିଛି ବିଜୁ ଜନତା ଦଳର କାର୍ଯ୍ୟାଳୟ । ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୩ ମହଲା ବିଶିଷ୍ଟ ସୁଦୃଶ୍ୟ ଅଟ୍ଟାଳିକାରେ ଝଲସି ଉଠୁଛି ଓଡ଼ିଶା କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟାର ଝଲକ ।publive-imageଚିହ୍ନ ଯେମିତି ଗୋଟିଏ ଦଳର ପରିଚୟ । କାର୍ଯ୍ୟାଳୟ, ସେମିତି ଗୋଟିଏ ଦଳର ଠିକଣା । ଶାସକ ବିଜେଡି ଦଳର ସେହି ଠିକଣାର ହୋଇଛି ନବକଳେବର । ଯାହାର ନାଁ ରଖା ଯାଇଛି ଶଙ୍ଖ ଭବନ । ଅକ୍ଷୟ ତୃତୀୟାର ଶୁଭ ବେଳାରେ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ଦଳୀୟ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହି ଅବସରରେ ଦଳୀୟ ନେତାଙ୍କୁ ଶୁଭେଚ୍ଛାବାର୍ତା ଦେବା ସହ ଗୁରୁମନ୍ତ୍ରୀ ଦେଇଥିଲେ ଦଳୀୟ ସୁପ୍ରିମୋ ।publive-imageରାଜଧାନୀର ପେଣ୍ଠସ୍ଥଳୀରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟାଳୟରେ ସମ୍ମୁଖରେ ଶୋଭପାଉଛି ଏକ ବିଶାଳ ଶଙ୍ଖର ପ୍ରତିମୂର୍ତି । ସୁଦୃଶ୍ୟ ଅଟ୍ଟାଳିକାରେ ଝଲସି ଉଠୁଛି ଓଡ଼ିଶା କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟାର ଝଲକ । ୩ ମହଲା ବିଶିଷ୍ଟ କାର୍ଯ୍ୟାଳୟର ପ୍ରଥମ ମହଲାରେ ରହିଛି ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ । ଏହି ସମ୍ମିଳନୀ କକ୍ଷରେ ଦେଢ଼ ହଜାର ଲୋକ ବସିବାର ସାମର୍ଥ୍ୟ ରହିଛି । ଦ୍ୱିତୀୟ ମହଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତାଙ୍କ କାର୍ଯ୍ୟାଳୟ ରହିଛି । ଯେଉଁଠି ଏକ ଅଡିଟୋରିୟମ ବ୍ୟବସ୍ଥା ରହିଛି ଏବଂ ତୃତୀୟ ମହଲାରେ ରହିଛି ଦଳୀୟ ସୁପ୍ରିମୋଙ୍କ କକ୍ଷ ।

Advertisment

ଏସବୁ ବାହାରେ ବେଶ ମେଣ୍ଟରେ ବିଶାଳ ପାର୍କିଂ ବ୍ୟବସ୍ଥା ରହିଛି । ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଂ କରିପାରିବ । ସେଠି ଗରିବ ଲୋକଙ୍କ ପାଇଁ ବାହାଘର, ବ୍ରତଘର ଭଳି କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ଥାନ ରହିଛି । ତେବେ ପ୍ରଥମ ମହଲା ଯାଏଁ ସାଧାରଣ ଜନତା ଯାଇପାରିବେ । ଦ୍ୱିତୀୟ ଓ ତୃତୀୟ ମହଲାକୁ ଯିବା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ଦେବାକୁ ପଡ଼ିବ । ବଡ଼ କଥା ହେଉଛି, କାର୍ଯ୍ୟାଳୟରେ ଏଭଳି କିଛି ସୁବିଧା ରହିଛି, ଯାହା ଦଳୀୟ କର୍ମୀ ଓ ନେତାଙ୍କୁ ବାନ୍ଧି ରଖିପାରିବ ।publive-image୧୯୯୭ ମସିହାରେ ବିଜୁ ଜନତା ଦଳ ଯେବେ ଗଠନ ହୋଇଥିଲା, ହୁଏତ ସେତେବେଳେ ବିଜେଡି ଓଡ଼ିଶା ରାଜନୀତିରେ ଏତେ ବଡ଼ ସଫଳତମ ଯାତ୍ରା କରିବ, ସେକଥା ହୁଏତ କେହି କଳ୍ପନା ବି କରିନଥିବେ । କିନ୍ତୁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ବିଜେଡିକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଛି ।