ଆଜି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ! ୧୦୦ କୋଟି ପ୍ରକଳ୍ପର କରିବେ ଉଦଘାଟନ୍

19

କନକ ବ୍ୟୁରୋ : ମାରାଥନ ଗସ୍ତରେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସୁନ୍ଦରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ନବ ନିର୍ମିତ ଲାଇବ୍ରେରୀ ଓ କଲଚରାଲ ସେଂଟର ସମେତ ୧୦୦ ଶଯ୍ୟା ବିଶିଷ୍ଟ ଏମସିଏଚ ବିଲ୍ଡିଂର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ନବୀନଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ନେତା ଓ କର୍ମୀମାନେ ମୌନ ପ୍ରତିବାଦ କରିଛନ୍ତି । ବିରୋଧକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସମ୍ପାଦକ ଧୀରେନ ସେନାପତିଙ୍କ ସମେତ ୨୫ରୁ ଉର୍ଦ୍ଧ ନେତା କର୍ମୀଙ୍କୁ ପୋଲିସ ଅଟକ ରଖିଛି । ଗତକାଲି ବଲାଙ୍ଗୀରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ନବୀନ ।