ରାଜ୍ୟ ରାଜନୀତି ଇତିହାସରେ ପ୍ରଥମ ! ଉପନିର୍ବାଚନରେ ବିଜୟ ପରେ ଧନ୍ୟବାଦ ଜଣାଇବାକୁ ବିଜେପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

41

କନକ ବ୍ୟୁରୋ : ରାଜ୍ୟ ରାଜନୀତି ଇତିହାସରେ ପ୍ରଥମ । ବିଜେପୁର ବିଜୟ ପରେ ଧନ୍ୟବାଦ ଜଣାଇବାକୁ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଜୁହାର ବିଜେପୁର’ କହି ଶୁଭେଚ୍ଛା ଜଣାଇଲେ ନବୀନ । ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଥିବାରୁ କୃତଜ୍ଞତା ଜଣାଇଲେ । ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବା ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ବିଜେପୁର ବିକାଶ କାମକୁ ନିଜେ ତଦାରଖ କରିବେ ବୋଲି ପୁଣି କହିଛନ୍ତି । ଆଜିଠୁ ତଦାରଖ ଆରମ୍ଭ ହେଲା ବୋଲି ନବୀନ ବିଜେପୁରରେ ଘୋଷଣା କରିିଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ବିଜେପୁରକୁ ସଂପୂର୍ଣ୍ଣ ବିଦ୍ୟୁତକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।