ବିଧାୟକଙ୍କୁ ପାଠ ପଢ଼ାଇଲେ ନବୀନ । ସରଳ ଜୀବନଯାପନ, ଲୋକଙ୍କ ସହ ଉତମ ବ୍ୟବହାର ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ, ଗଣତନ୍ତ୍ରରେ ଜନତା ହେଉଛି ସର୍ବେସବା

458

କନକ ବ୍ୟୁରୋ : ନବୀନଙ୍କ ପାଠଶାଳା । ଲୋକଙ୍କ ସହ ଯୋଡି ହୋଇ ରହିବାକୁ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବୀନ କହିଛନ୍ତି, ଗଣତନ୍ତ୍ରରେ ଜନତା ହେଉଛନ୍ତି ରିଅଲ ମାଷ୍ଟର । ତେଣୁ ସରଳ ଜୀବନଯାପନ କରିବା ସହ ଲୋକଙ୍କୁ ଗୁରୁତ୍ୱ ଦେବା ଓ ଉତମ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର
– ସାଧାରଣ ଓ ସରଳ ଜୀବନଯାପନ କର
– ଜନସାଧାରଣଙ୍କୁ ଭଲ ବ୍ୟବହାର କର
– ଲୋକଙ୍କ ସମସ୍ୟାକୁ ଗୁତୁତ୍ୱ ଦିଅ

ପ୍ରତି ୧୫ ଦିନରେ ଥରେ ବିଧାୟକଙ୍କ ବୈଠକ କରିବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି । ବିଭିନ୍ନ ସରକାରୀ ଯୋଜନା ଓ ଏଥିରେ ହେଉଥିବା ବ୍ୟୟବରାଦ ଉପରେ ବିଧାୟକଙ୍କୁ ଅବଗତ କରାଯିବ ।୨ ଦିନ ଧରି ଚାଲିବ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର । ବିଧାୟକମାନେ କିପରି ବିଧାନସଭାର ନୀତି ନିୟମ ବିଷୟରେ ଅବଗତ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।