କନକ ବ୍ୟୁରୋ : ହାତରେ ହକି ଷ୍ଟିକ, ଆଉ ଟାର୍ଗେଟରେ ଗୋଲପୋଷ୍ଟ । ପୂରା ଆକ୍ରମଣାତ୍ମକ ଅନ୍ଦାଜରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଲପୋଷ୍ଟକୁ ବଲ ପଠାଇ ପାରିବେ କି ନାହିଁ ତାହା ଉପରେ ଥିଲା ସମସ୍ତଙ୍କ ନଜର । ଆଉ ଏହି ସମୟରେ ଦମଦାର ଷ୍ଟ୍ରାଇକର ନବୀନଙ୍କ ସଟ ମାରିବା ସହ ଗୋଲପୋଷ୍ଟରେ ପହଞ୍ଚିଥିଲା ବଲ । ଆଉ ଏହାସହ ଉଦଘାଟନ ହୋଇଥିଲା ଏସିଆର ପ୍ରଥମ ତଥା ସର୍ବବୃହତ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ।

Advertisment

publive-imageହକିକୁ ଲୋକପ୍ରିୟ କରିବାକୁ ହୁଏତ ନବୀନ ଆଜି ଏହି ହକି ଷ୍ଟିକ ଧରିଥିଲେ । କିନ୍ତୁ ଏହା ତାଙ୍କ ପାଇଁ ପ୍ରଥମ ନୁହେଁ । କାରଣ ପୂର୍ବରୁ ମଧ୍ୟ କୌନ ବନେଗା କୋରଡପତି ସୋ’ରେ ନବୀନ ହକି ପ୍ରତି ତାଙ୍କର ଥିବା ଦୁର୍ବଳତା କଥା କହିଥିଲେ । ଏପରିକି ସ୍କୁଲ ସମୟରେ ସେ ହକି ଖେଳରେ ଗୋଲକିପର ଥିଲେ ବୋଲି କହିଛନ୍ତି ନବୀନ ।

publive-imageକିନ୍ତୁ ଏହା ଭିତରେ ଦୀର୍ଘ ବର୍ଷ ବିତିଯାଇଛି । ଆଉ ହକି ଟ୍ରଫରୁ ରାଜନୈତିକ ମୈଦାନକୁ ଲମ୍ପ ମଧ୍ୟ ମାରି ସାରିଛନ୍ତି ନବୀନ । ହକିରି ଷ୍ଟାର ଏବେ ରାଜନୀତିରେ ସୁପରଷ୍ଟାର ପାଲଟି ଯାଇଛନ୍ତି । ହକି ପଡିଆ ଭଳି ରାଜନୀତି ମୈଦାନରେ ମଧ୍ୟ ବର୍ଷ ବର୍ଷ ଧରି ଉଭୟ ଷ୍ଟ୍ରାଇକର ଓ ଗୋଲକିପର ଭୂମିକାରେ ନଜର ଆସିଛନ୍ତି ନବୀନ । ଷ୍ଟ୍ରାଇକର ଭାବେ ନବୀନ ଦୀର୍ଘ ୧୮ ବର୍ଷ ହେଲା ବିରୋଧୀଙ୍କୁ ଚକମା ଦେଇ ଗୋଲ ପରେ ଗୋଲ କରି ଆସୁଛନ୍ତି । ଏଭଳି କୌଶଳରେ ନବୀନ ଏହି ଗୋଲ ଦେଇ ଆସୁଛନ୍ତି ଯେ, ବିରୋଧୀ ମଧ୍ୟ ଆଶ୍ଚଯ୍ୟ ହୋଇ ଯାଉଛନ୍ତି । ଏହାଛଡା ଗୋଲକିପର ଭାବେ ବିଜେଡି ଦଳର ଗୋଲପୋଷ୍ଟକୁ ଦୀର୍ଘ ୧୮ ବର୍ଷ ଧରି ଜଗି ରହିଛନ୍ତି ନବୀନ । ବିରୋଧୀ ବିଭିନ୍ନ ଉପାୟରେ ଗୋଲପୋଷ୍ଟକୁ ବଲ ପଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ତାଙ୍କୁ ସଫଳ ହେବାକୁ ଦେଇନାହାନ୍ତି ନବୀନ ।

publive-imageନବୀନଙ୍କ ଗୋଲପୋଷ୍ଟକୁ ବଲ ମାରିବା ଓ ଏହା ଗୋଲରେ ପରିଣତ ହେବାକୁ କିନ୍ତୁ ରାଜନୈତିକ ସମୀକ୍ଷକ ମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ଗୋଲ କରି ବିରୋଧୀ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ୨୦୧୯ରେ କଣ ପୁଣିଥରେ ନବୀନ ବିରୋଧୀଙ୍କୁ ମାତ୍ ଦେଇ ସତ୍ତାର ଗୋଲ ହାସଲ କରିପାରିବେ । ତେବେ ଏହି କଠିନ ପ୍ରଶ୍ନ ଭଳି ୨୦୧୯ ମଧ୍ୟ ନବୀନଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।

ତେବେ ସବୁବେଳେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଏଥିରେ ସଫଳ ହେବାର କଳା ନବୀନଙ୍କୁ ବେଶ ମାଲୁମ । କାରଣ ପୂର୍ବରୁ ଯେଉଁଭଳି ଭାବେ ୯୦ ଦିନ ମଧ୍ୟରେ ଏସିଆନ ଆଥଲେଟିକ ଚାମ୍ପିୟନସିପ ଭଳି ଚ୍ୟାଲେଞ୍ଜିଂ ଇଭେଣ୍ଟକୁ ଗ୍ରହଣ କରିବା ସହ ଏହାକୁ ସଫଳତାର ସହ ଆୟୋଜନ କରି ଯେଉଁ ସାହସିକତାର ପରିଚୟ ଦେଇଥିଲେ ତାହାର ପ୍ରଂଶସା ଦେଶ ସମେତ ପୂରା ବିଶ୍ୱ କରୁଛି । ଠିକ୍ ସେହିଭଳି ୨୦୧୪ରେ ମଧ୍ୟ ମୋଦି ଲହରକୁ ପରାହତ ନବୀନ ୨୦୧୯ରେ ବିରୋଧୀଙ୍କୁ ମାତ ଦେଇ ଗୋଲପୋଷ୍ଟରେ ଗୋଲ କରିପାରୁଛନ୍ତି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।