କୋଭିଡ ଟିକାର ଦ୍ୱିତୀୟ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍ ନେଲେ ନବୀନ । ମାର୍ଚ୍ଚ ୧ରେ ନେଇଥିଲେ ପ୍ରଥମ ଡୋଜ୍ ।

୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଆରମ୍ଭ ହେଲା କାମ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କରୋନା ଟିକା । କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେବା ପରେ ଆଜି ଦ୍ୱିତୀୟ ଡୋଜ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଟିକା ନେବାର ପ୍ରାୟ ମାସକ ପରେ ନବୀନ ଦ୍ୱିତୀୟ ଟିକା ନେଇଛନ୍ତି । ଗତ ମାର୍ଚ୍ଚ ୧ ତାରିଖରେ ସେ କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ । ମାର୍ଚ୍ଚ ୧ ତାରିଖରେ ନବୀନ ବିଧାନସଭା ଡିସପେନସାରିକୁ ଯାଇ ସେଠାରେ କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେ । ଆଉ ରାଜ୍ୟବାସୀଙ୍କୁ ଟିକାକରଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଆଉ ଆଜି ନବୀନ କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe