କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କରୋନା ଟିକା । କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେବା ପରେ ଆଜି ଦ୍ୱିତୀୟ ଡୋଜ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଟିକା ନେବାର ପ୍ରାୟ ମାସକ ପରେ ନବୀନ ଦ୍ୱିତୀୟ ଟିକା ନେଇଛନ୍ତି । ଗତ ମାର୍ଚ୍ଚ ୧ ତାରିଖରେ ସେ କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ । ମାର୍ଚ୍ଚ ୧ ତାରିଖରେ ନବୀନ ବିଧାନସଭା ଡିସପେନସାରିକୁ ଯାଇ ସେଠାରେ କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେ । ଆଉ ରାଜ୍ୟବାସୀଙ୍କୁ ଟିକାକରଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଆଉ ଆଜି ନବୀନ କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କରୋନା ଟିକା । କୋଭାକ୍ସିନର ଦ୍ୱିତୀୟ ଡୋଜ ନେଲେ ମୁଖ୍ୟମନ୍ତ୍ରୀ । ୧ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନେଇଥିଲେ ପ୍ରଥମ ଡୋଜ । @Naveen_Odisha#Vaccinepic.twitter.com/S2zVKzGsLN
— Kanak News (@kanak_news) April 16, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Naveen.jpg)