ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: ବିଧାୟକ ଅରୁଣ ସାହୁ କହିଲେ, ସରକାର ପରେ ଦଳରେ ଆରମ୍ଭ ହୋଇଛି ଫାଇଭ-ଟି

157

କନକ ବ୍ୟୁରୋ: ଜନତା ମଇଦାନରୁ ଯେତେବେଳେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆହ୍ୱାନ ଦେଉଥିଲେ, ସେତିକିବେଳେ ବରମୁଣ୍ଡା ପଡିଆରେ ବିଜେଡି ପଦଯାତ୍ରା ପ୍ରସ୍ତୂୁତି କରୁଥିଲା । ଆଉ ସାରାରାଜ୍ୟରୁ ଆସିଥିବା ତୃଣମୂଳ ସ୍ତରର ନେତାଙ୍କୁଙ୍କୁ ଲୋକଙ୍କ ପାଖରେ କେମିତି ପହଁଚିବାକୁ ହେବ, କଣ ପହଁଚାଇବାକୁ ହେବ, ସେଥିପାଇଁ ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ପଦଯାତ୍ରା ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିବା ଦଳର ବିଧାୟକ, ସାଂସଦ ଓ ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ନବୀନ କହିଛନ୍ତି, ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ବିଜେଡି ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଁଚିପାରିବ, ତା ଉପରେ ଧ୍ୟାନ ଦିଅ ।

ବିଜେଡି କିପରି ଓଡିଶାରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ସମାବେଶରେ ଅଧକ୍ଷତା କରି ତାହା ବଖାଣିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କହିଛନ୍ତି, ଏତେ ବର୍ଷ ପରେ ବି ଦଳ ତାର ପ୍ରତିବଦ୍ଧତାରୁ ବିଚ୍ୟୁତ୍ ହୋଇନାହିଁ । ଏହି ପ୍ରତିବଦ୍ଧତାକୁ ଆଗକୁ ନେବାଲାଗି ଆମର ଉତ୍ତର ଦାୟିତ୍ୱ ରହିଛି । ନବୀନଙ୍କ ନେତୃତ୍ୱରେ ଓଡିଶା କେମିତି ସବୁ କ୍ଷେତ୍ରରେ ପ୍ରଗତି କରୁଛି, ପଦଯାତ୍ରାରେ ତାକୁ ଘରେ ଘରେ ପହଁଚାଇବାକୁ ଆହ୍ୱାନ ଦେଇଛନ୍ତି ଦେଇଛନ୍ତି ବରିଷ୍ଠ ନେତା ।

ବିଭିନ୍ନ ସରକାରୀ ବିଭାଗକୁ ଉନ୍ନତ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଫାଇଭ-ଟି ଯୋଜନା ମଧ୍ୟ ଦଳ ଭିତରେ କାର୍ଯ୍ୟ କରୁିଥିବା କହିଛନ୍ତି ବିଧାୟକ ଅରୁଣ ସାହୁ । ସେହିପରି ଓଡିଶାକୁ କେମିତି କେନ୍ଦ୍ର ଅବହେଳା କରୁଛି ସେ ନେଇ ବର୍ଷିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଜଣେ ନେତା କେମିତି ଲୋକଙ୍କ ହୃଦୟକୁ ଜିଣି ପାରିବ । ଜଣେ ନେତା କଣ କରିବା ଉଚିତ କଣ ନକରିବା ଉଚିତ ସେ ନେଇ ସମ୍ମଳନୀରେ ଯୋଗ ଦେଇଥିବା ନେତାଙ୍କୁ ବୁଝାଇଥିଲେ ମୋଟିଭେସନ ସ୍ପିକର ଉଜ୍ୱଳ ପଟନି । ଯାହା ଆଜି ଚର୍ଚ୍ଚାର ବିଷୟ ହୋଇଛି ।