କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କେଜି ଓଜନ କମ୍ କରିଛନ୍ତି । ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସତ । ଗତକାଲି ମନ୍ତ୍ରୀ ଓ ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ବେଳେ ଏହା ନିଜେ କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ମନ୍ତ୍ରୀ ଓ ନେତା । ଆଲୋଚନା ସମୟରେ ବେଶ ହାଲୁକା ମୁଡରେ ଥିଲେ ନବୀନ । ଏବଂ ସେମାନଙ୍କୁ ଫିଟ୍ ରହିବା ପାଇଁ ପରାମର୍ଶ ଦେଇଥିଲେ ।

Advertisment

ଏକଥା ସେତେବେଳେ ଉଠିଥିଲା, ଯେତେବେଳେ ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଆପଣ ବେଶ ଫିଟ୍ ଦେଖାଯାଉଛନ୍ତି’ । ଏକଥାରେ ନବୀନ ହସି ପକାଇଥିଲେ ଏବଂ କହିଥିଲେ ‘ ଆପଣମାନେ ବି ଫିଟ୍ ରୁହନ୍ତୁ, ତେବେ ଯାଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିପାରିବେ’ । ସେ ଆହୁରି କହିଥିଲେ ମୁଁ ଏହା ଭିତରେ ୨୦ କେଜି ଓଜନ କମ କରିଛି । ଗତକାଲି ବୈଠକ ପରେ ଏହି ଚିତ୍ର ସାମ୍ନାକୁ ଆସିଥିଲା । ଯେଉଁଥିରେ ନବୀନ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ ଏବଂ ପାଖରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ମାସ୍କ ପିନ୍ଧି ଠିଆ ହୋଇଥିଲେ ।