କନକ ବ୍ୟୁରୋ : ଆଜି ବିଜେପୁର ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୨ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ । ଏହି ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିବେ । ନବୀନ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ପୂର୍ବରୁ ହିଞ୍ଜିଳି ଆସନ ପାଇଁ ନବୀନ ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ବିଜେପୁର ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ।
ବିଜେପୁରରୁ ନବୀନଙ୍କ ଲଢିବାକୁ ନେଇ ପୂରା ଜିଲ୍ଲାବାସୀ ବେଶ ଉତ୍ସାହିତ ଅଛନ୍ତି । ଏହାପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ନବୀନ ନିଜ ଭାଷଣରେ ବିଜେପୁରର ଦାୟିତ୍ୱ ନିଜେ ନେବେ ବୋଲି ଘୋଷଣା କରିଥିଲେ । ରୀତା ସାହୁଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଲେ ନିଜେ ବିଜେପୁରର ଦାୟିତ୍ୱ ନେବେ ବୋଲି କହିଥିଲେ । ସେତେବେଳେ ବିଜେପୁର ବାସୀ ନବୀନଙ୍କ କଥା ରଖିଥିଲେ ଆଉ ଉପନିର୍ବାଚନର ବର୍ଷକ ପରେ ମଧ୍ୟ ନବୀନ ନିଜ କଥା ରଖିଛନ୍ତି । ବିଜେପୁରରୁ ପ୍ରାର୍ଥୀ ହୋଇ ନବୀନ ପଶ୍ଚିମ ଓଡିଶା ଭୋଟବ୍ୟାଙ୍କକୁ ଦଳ ସପକ୍ଷକୁ ଆଣିବାକୁ ଯୋଜନା କରିଛନ୍ତି । ଆଉ ନବୀନଙ୍କ ବିଜେପୁରରୁ ଲଢିବା ଘୋଷଣା ପରେ ବିରୋଧୀଙ୍କ ଆଖିରୁ ନିଦ ହଜି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/naveen-patnaik-2.jpg)