ତୃତୀୟ ପର୍ଯ୍ୟାୟ ପାଇଁ ଖୋଲିଲା ନବୀନଙ୍କ ପେଡି । ପ୍ରଥମ ଦଫାରେ ୨ ଜଣଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ, ଜାଣନ୍ତୁ କାହାକୁ ମିଳିଲା ଟିକେଟ ।

2,418

କନକ ବ୍ୟୁରୋ : ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳପତି ନବୀନ । ମୋଟ ୯ଟି ଆସନ ପାଇଁ ନବୀନ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଉ ଏହି ଘୋଷଣା ସହ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କାର୍ଡ ଖୋଲିଛନ୍ତି ବିଜେଡି ସୁପ୍ରିମୋ । ମୋଟ ୯ଟି ଆସନ ମଧ୍ୟରୁ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ ୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ନବୀନ ।

ପଶ୍ଚିମ ଓଡିଶାର ହାଇପ୍ରୋଫାଇଲ ଲୋକସଭା ସମ୍ବଲପୁର ଅଧୀନରେ ଆସୁଥିବା ରେଢାଖୋଲ ଓ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ । ଉଭୟ ଆସନରୁ ବିଜୟୀ ହୋଇଥିବା ଦୁଇ ବିଜେଡି ବିଧାୟକଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଦଳ । ରେଢାଖୋଲରୁ ରୋହିତ ପୂଜାରୀ ଓ ସମ୍ବଲପୁରରୁ ପୁଣିଥରେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଉପରେ ଭରସା କରିଛି ଦଳ ।

ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହ ତୃତୀୟ ପର୍ଯ୍ୟାୟ ପାଇଁ କାର୍ଡ ଖୋଲିଛନ୍ତି ନବୀନ । ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଟିକେଟ ପାଇଁ ନବୀନ ନିବାସରେ କସରତ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟରେ ମୋଟ ୬ଟି ଲୋକସଭା ଓ ଏହା ଅଧିନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ ।