ସାବିତ୍ରୀଙ୍କୁ ସୁପ୍ରିମୋଙ୍କ ଶୁଭେଚ୍ଛା । ପାଟକୁରାରେ ବିଜେଡିର ବାଜିମାତ ପରେ ଧନ୍ୟବାଦ ଜଣାଇଲେ ନବୀନ

234

କନକ ବ୍ୟୁରୋ: ପାଟକୁରାରେ ବିଜେଡିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ବହୁମାତ୍ରାରେ ବିଜେଡିକୁ ଜିତାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୁଣି ଥରେ ବିଶ୍ୱାସ କରି ବିଜେଡିକୁ ବିପୁଳ ମାତ୍ରାରେ ଜନମତ ଦେଇଥିବାରୁ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ବିଜେଡିର ପାଟକୁରା ବିଜୟ ପରେ ଟ୍ୱିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ନବୀନ ନିଜ ଧନ୍ୟବାଦ ଟ୍ୱିଟରେ ଓଡିଶାବାସୀଙ୍କ ସହଯୋଗ ଲୋଡିଛନ୍ତି । ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆପଣମାନଙ୍କ ସହଯୋଗ ଓ ଭଲପାଇବା ସର୍ବଦା ଗୁରୁତ୍ୱ ବହନ କରେ । ତେବେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିନରାତି ଏକ କରି ବିଜେଡିର ସମ୍ମାନ ରକ୍ଷା ପାଇଁ ପରିଶ୍ରମ କରିଥିବା ଦଳୀୟ କର୍ମୀଙ୍କୁ ମଧ୍ୟ ନବୀନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Comments are closed.