ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟ ପାଇଁ ଏହା ସ୍ୱର୍ଣ୍ଣିମ ମୁହୂର୍ତ୍ତ ।

198

କନକ ବ୍ୟୁରୋ: ଟୋକିଓ ପାରା ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ସହ ସ୍ୱର୍ଣ୍ଣପଦକ ବିଜୟୀ ହେବା ପରେ ଏବେ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ପାଖକୁ ଛୁଟିଛି ଶୁଭେଚ୍ଛା ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ପ୍ରମୋଦଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଆ ପୁଅ ପ୍ରମୋଦ ଭଗତଙ୍କ ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି କହିଛନ୍ତି । ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ତା ସହିତ ତାଙ୍କ ସଫଳତା ସାରା ଦେଶକୁ ଗୌରବାନିତ୍ୱ କରିଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ତାଙ୍କର ଭବିଷ୍ୟତ ଆହୁରି ଉଜ୍ଜଳ ହେବାକୁ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି, ପ୍ରମୋଦଙ୍କ ଏହି ବିଜୟ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଏଥିସହ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ମଧ୍ୟ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।