୩ ରାଜ୍ୟରେ ବାଜିମାରିଲା ବିଜେପି, ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ନବୀନ । 

173

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ବିଜୟ ପାଇଁ ଆଜି ସକାଳୁ ଫୋନ୍ ଯୋଗେ କଥା ହେବା ସହ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ।

ଗତକାଲି ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଥିବା ବେଳେ ୩ଟି ରାଜ୍ୟରେ ବିଜେପି ବହୁମତ ହାସଲ କରିଛି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ବଡ ବିଜୟ ହାସଲ କରିଛି । ଗତ ୨୦୧୮ ନିର୍ବାଚନରେ ଏହି ୩ ରାଜ୍ୟରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ୨୦୨୩ ନିର୍ବାଚନରେ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ୩ ରାଜ୍ୟରେ ବିଜୟକୁ ନେଇ ବିଜେପି କର୍ମୀ ବେଶ ଉତ୍ସାହିତ ଅଛନ୍ତି ।