ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

110

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ଜଳପ୍ରଳୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା ଜଳପ୍ରଳୟକୁ ନେଇ ସେ ଚିନ୍ତିତ ଅଛନ୍ତି । ଏଥିସହ ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ଓ ଲୋକଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।

ଆଜି ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି । ହିମସ୍ଖଳନ ଫଳରେ ୧୦୦ରୁ ୧୫୦ ଲୋକ ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହୁରି ଅଧିକ ଉଦ୍ଧାରକାରୀ ଦଳ ଉତ୍ତରାଖଣ୍ଡ ପହଞ୍ଚୁଥିବା ନେଇ ସୂଚନା ରହିଛି ।