ବିଜେପୁରରେ ବିଜେଡି ସୁପ୍ରିମୋ । ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ । ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ କରୁଛନ୍ତି ପ୍ରଚାର ।

329

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବରଗଡ ଲାଉମୁଣ୍ଡାରେ ନବୀନ ପଟ୍ଟନାୟକ ପହଚିଂବା ପରେ ହାଇଟେକ ବସରେ ରୋଡ ସୋ କରି ପ୍ରଚାର ଆରମ୍ଭ କରିଛନ୍ତି । ଲୋକଙ୍କୁ ସମ୍ବୋଧିତ କରିବା ସହ ଆପଣ ମାନେ ଖୁସି ତ ବୋଲି ପଚାରିଛନ୍ତି ନବୀନ ।

ଏହା ସହ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେଡି ମୁଖିଆ । ଦୁଇ ଦିନ ଧରି ବିଜେଡି ସୁପ୍ରିମୋ ପ୍ରଚାର କରିବେ । ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବେ । ପ୍ରଚାରର ଦ୍ୱିତୀୟ ଦିନରେ ଗାଇସିଲଟ ବ୍ଲକରେ ପ୍ରଚାର କରି ଅପରାହ୍ନ ୩.୩୦ରେ ଭୁବନେଶ୍ୱର ଫେରିିବେ ବିଜେଡି ସୁପ୍ରିମୋ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.