କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବରଗଡ ଲାଉମୁଣ୍ଡାରେ ନବୀନ ପଟ୍ଟନାୟକ ପହଚିଂବା ପରେ ହାଇଟେକ ବସରେ ରୋଡ ସୋ କରି ପ୍ରଚାର ଆରମ୍ଭ କରିଛନ୍ତି । ଲୋକଙ୍କୁ ସମ୍ବୋଧିତ କରିବା ସହ ଆପଣ ମାନେ ଖୁସି ତ ବୋଲି ପଚାରିଛନ୍ତି ନବୀନ ।
ଏହା ସହ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେଡି ମୁଖିଆ । ଦୁଇ ଦିନ ଧରି ବିଜେଡି ସୁପ୍ରିମୋ ପ୍ରଚାର କରିବେ । ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବେ । ପ୍ରଚାରର ଦ୍ୱିତୀୟ ଦିନରେ ଗାଇସିଲଟ ବ୍ଲକରେ ପ୍ରଚାର କରି ଅପରାହ୍ନ ୩.୩୦ରେ ଭୁବନେଶ୍ୱର ଫେରିିବେ ବିଜେଡି ସୁପ୍ରିମୋ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/BIJEPUR-5.jpg)