ନିର୍ବାଚନ ମୈଦାନକୁ ଓହ୍ଲାଇଲେ ନବୀନ । ହିଞ୍ଜିଳି ସଭାରୁ ବିରୋଧୀଙ୍କୁ କଲେ ଟାର୍ଗେଟ୍ ।

631

କନକ ବ୍ୟୁରୋ: ନିର୍ବାଚନ ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ନିଶାନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି ଯେ, ବିରୋଧୀମାନେ ସବୁକଥାରେ ରାଜନୀତି କରୁଛନ୍ତି । ବିକାଶକୁ ବିରୋଧ କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ଏକ୍ରାମକ୍ଷେତ୍ର ପରିକ୍ରମା ପ୍ରକଳ୍ପ, କିମ୍ବା ମା’ ସମଲେଇ କ୍ଷେତ୍ରରେ ବିକାଶକୁ ନେଇ ସବୁବେଳେ ବିରୋଧ ଆଉ ସମାଲୋଚନା କରିଛନ୍ତି । ବିରୋଧୀଙ୍କ ଏଭଳି ବିକାଶ ବିରୋଧୀ ଆଚରଣ କେବେ ବି ଗ୍ରହଣୀୟ ନୁହେଁ । କାରଣ ବିରୋଧୀଙ୍କ ଅସଲରୂପ କ’ଣ ଲୋକେ ଜାଣିଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ । ମୋର ବିଶ୍ୱାସ ଅଛି ଆପଣମାନେ ଏହାର ଉଚିତ୍ ଜବାବ୍ ଦେବେ । ଯୋଡ଼ି ଶଙ୍ଖ ହେଉଛି ବିକାଶର ପରିଚୟ ତେଣୁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ହିଞ୍ଜିଳି ମଞ୍ଚରୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।