କନକ ବ୍ୟୁରୋ: ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନବୀନ ନିବାସରୁ ଆସିଛି ଡାକରା । ପାଟକୁରା ଦାୟିତ୍ୱରେ ଥିବା ନେତାଙ୍କୁ ଆଜି ଦିନ ୧୧ଟାରେ ନବୀନ ନିବାସ ଡକାଯାଇଛି । ଏଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ନେଇ ଦାୟିତ୍ୱରେ ଥିବା ନେତାଙ୍କ ସହ ରଣନୀତି ନେଇ ଆଲୋଚନା କରିବେ । ଦଳର କିଛି ବରିଷ୍ଠ ନେତାଙ୍କୁ ପାଟକୁରା ଦାୟିତ୍ୱ ଦିଆଯାଇଛି ।
ଦୁଇ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ପାଟକୁରା ବିଧାନସଭା ପାଇଁ ୨୦ ତାରିଖରେ ନିର୍ବାଚନ ହେବ । ୨୪ ତାରିଖରେ ଫଳାଫଳ ଆସିବ । ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନ ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ ମେ ୧୯ ଯାଏଁ ଘୁଞ୍ଚାଯାଇଥିଲା । କିନ୍ତୁ ଫୋନି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/PATAKURA.jpg)
/kanak/media/post_attachments/wp-content/uploads/2019/07/PATKURA_00000-300x169.png)