କନକ ବ୍ୟୁରୋ: ରବିବାର ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମଦିବସ । ଏହାକୁ ଧୁମଧାମ ଓ ବ୍ୟାପକ ଆକାରରେ ୧୪୭ ନିର୍ବାଚନମଣ୍ଡଳୀରେ ପାଳନ କରିବ ବିଜେଡି । ଏଥିପାଇଁ ଦଳୀୟ ନେତାଙ୍କୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇସାରିଛନ୍ତି । ସମସ୍ତ ନିର୍ବାଚନମଣ୍ଡଳୀରେ ସାମାଜିକ କାର୍ଯ୍ୟକ୍ରମ ସହ ଶପଥ ଗ୍ରହଣକରିବେ ନେତା ଓ କର୍ମୀ । ଏହି ଶପଥ ଗ୍ରହଣରେ ସମୃଦ୍ଧ, ସଶକ୍ତ , ସ୍ୱାଭିମାନୀ ନବୀନ ଓଡିଶା ଗଠନ କରିବା ପାଇଁ କୁହାଯାଇଛି । ନବୀନଙ୍କ ବ୍ରାଣ୍ଡକୁ ଗୋଟିଏ ବାର୍ତା କରି ଘରେ ଘରେ ପହଞ୍ଚାଇବ ଦଳ ।

Advertisment

‘ନବୀନ ଓଡିଶା’ ଶପଥ ନେବେ ନେତା
ମୁଁ ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ କରି ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବି । ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନି ‘ନବୀନ ଓଡିଶା’ ଗଢିବାକୁ ଶପଥ ନେଉଛି ।

୨୦୨୪ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ଶୃଙ୍ଖଳା ଓ ଅନୁଶାସନର କଥା କହି ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ନବୀନଙ୍କ ସ୍ୱଚ୍ଛ ଭାବମୂର୍ତିକୁ ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି କସରତ ଆରମ୍ଭ କରିଛି । ଆଉ ଏହାକୁ କଟାକ୍ଷ କରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି,ବିଜେଡି ଜାଣିପାରୁନି କେଉଁ ପ୍ରକାରର ପ୍ୟାକେଜିଂ କରିବ । କିନ୍ତୁ ସବୁ କ୍ଷେତ୍ରରେ ବିଜେଡି ଫେଲ ମାରିବ ।

ସେପଟେ ପଞ୍ଚାୟତିରାଜ ଦିବସକୁ ଭ୍ରାଷ୍ଟାଚାର ଦିବସ ପାଳନ କରିବ ବିଜେପି । ୩୧୪ଟି ବ୍ଲକରେ ହାତରେ କଳାପଟି ବାନ୍ଧି ପ୍ରଦର୍ଶନ କରିବ ଦଳ । ଏହାସହ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛି ବିଜେପି ।