କଂଗ୍ରେସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ । କହିଲେ, ନବୀନ ବାବୁ ବାଣ୍ଟିଛନ୍ତି କଂଗ୍ରେସର ସବୁ ଟିକେଟ୍ ।

716

କନକ ବ୍ୟୁରୋ: ଓଡିଶାରେ କଂଗ୍ରେସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଓଡିଶାରେ କଂଗ୍ରେସ ଦଳ ନବୀନ ବାବୁଙ୍କ ପକେଟରେ ଅଛି । ମୁଁ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନର ତାଲିକା କହିଦେବି କିଏ କେଉଁଠି କଂଗ୍ରେସ ପ୍ରାର୍ଥୀ ହେବ ତାହା ନବୀନ ବାବୁ ସ୍ଥିର କରିଛନ୍ତି । ଓଡିଶାରେ କଂଗ୍ରେସର ସବୁ ଟିକେଟ୍ ନବୀନ ବାବୁ ହିଁ ବାଣ୍ଟିଛନ୍ତି ବୋଲି ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର ।

ତେବେ କଂଗ୍ରେସ ଟିକେଟ୍ ନବୀନ ଯାହାକୁ ଚାହିଁଲେ ତାକୁ ଦିଆଯାଇଛି । ବିଜେଡିର କଥା ଅନୁସାରେ କଂଗ୍ରେସ ଅନେକ ଥର ବିଧାନସଭା ଓ ଲୋକସଭା ଟିକେଟ୍ ଟିକେଟ୍ ବଦଳାଇଛି । ଏକଥା ମୁଁ କହୁନି, କଂଗ୍ରେସର ବଡ ନେତାମାନେ ଏକଥା କହୁଛନ୍ତି । ତେଣୁ ଓଡିଶାରେ କଂଗ୍ରେସ କୌଣସି ଫ୍ୟାକ୍ଟର ନୁହେଁ କି ଓଡିଶା ରାଜନୀତିରେ ଗୋଟେ ଖେଳାଳୀ ନୁହେଁ ବୋଲି ସିଧା କହିଛନ୍ତି ଧର୍ମେନ୍ଦ୍ର ।