ନବୀନ କିନ୍ତୁ ବିଜେପୁରକୁ ନେଇ ମାଷ୍ଟରଷ୍ଟ୍ରୋକ ମାରିବାରେ ଲାଗିଛନ୍ତି । ଘୋଷଣା ପରେ ଘୋଷଣା କରି ବିଜପେୁରରେ ଦଳ ପାଇଁ ଏକ ବାତାବରଣ ତିଆରି କରିବାକୁ ଲକ୍ଷ ରଖିଛନ୍ତି । ସବୁଠାରୁ ବଡ ଘୋଷଣା ସ୍ୱରୁପ ରାଜ୍ୟ ସରକାର ବିଜେପୁରକୁ ଏନଏସସିର ମାନ୍ୟତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ ନେଇ ନିଜେ ଘୋଷଣା କରିନାହାନ୍ତି ବରଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆପତ୍ତି ଓ ପ୍ରସ୍ତାବ ଆହ୍ଵାନ କରାଯାଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶା ଗେଜେଟ୍ରେ ଏହି ଅଧିସୂଚନା ପ୍ରକାଶ ପାଇବା ଦିନଠାରୁ ୩୦ ଦିନ ମଧ୍ୟରେ ଏହି ଅଧିସୂଚନା ସଂକ୍ରାନ୍ତରେ କୌଣସି ଆପତ୍ତି ଓ ପ୍ରସ୍ତାବ ଥିଲେ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଉପସ୍ଥାପନ କରାଯାଇପାରିବ ବୋଲି ଏଥିରେ କୁହାଯାଇଛି। ମିଳିଥିବା ସମସ୍ତ ଆପତ୍ତି ଓ ପ୍ରସ୍ତାବକୁ ସରକାର ଯଥାବିଧି ବିଚାର କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ । ବିଜେପୁର ଉପନିର୍ବାଚନକୁ ଆଖୀ ଆଗରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଥିବା କୁହାଯାଉଛି । ଏପରିକି ବିଜେପୁରକୁ ଏନଏସିର ମାନ୍ୟତା ଦେବା ନେଇ କୈାଣସି ପ୍ରସ୍ତାବ ନଥିବା ବେଳେ ହଠାତ୍ ଏବାବଦରେ ନିଷ୍ପତ୍ତି ନିଆଯିବାକୁ ବିରୋଧୀ ନାପସନ୍ଦ ମଧ୍ୟ କରିଛନ୍ତି ।
/kanak/media/post_attachments/wp-content/uploads/2017/12/9-B.png)
ଖାଲି ଏତିକି ନୁହେଁ, ୧୨୬୦ କୋଟି ଟଙ୍କାର ଗଙ୍ଗାଧର ନେହେର ଭୂତଳ ଜଳସେଚନ ପ୍ରକଳ୍ପକୁ ମଧ୍ୟ ମିଳିଛି ଅନୁମୋଦନ । ସମଗ୍ର ଦେଶରେ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଜରିଆରେ ଏକ ଅଞ୍ଚଳର ଜଳସେଚନ ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି। କେବଳ ସେତିକି ନୁହେଁ, ଗଙ୍ଗାଧର ମେହେରଙ୍କ ନାମରେ ଏହି ପ୍ରକଳ୍ପକୁ ନାମିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ସେ ଯେ ତାଙ୍କ ବିରୋଧୀଙ୍କ ଠାରୁ ଆଗରେ ତାହା ପ୍ରମାଣିତ କରିଛନ୍ତି। ଆଗାମୀ ୨୦୧୯ ମସିହା ସୁଦ୍ଧା ଅଧିକ ଯେଉଁ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି, ସେହି ଯୋଜନାର ଏକ ଅଂଶ ସ୍ୱରୁପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ନାମରେ ନାମିତ କରିଥିବା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ସମଗ୍ର ରାଜ୍ୟରେ ପ୍ରଥମ।
/kanak/media/post_attachments/wp-content/uploads/2017/12/9-C.png)
ଯୋଜନା ଅନୁଯାୟୀ ମାଟିତଳେ ପାଇପ ଯୋଗେ ପାଣି ଅଣାଯାଇ ବିଜେପୁର ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଖରିଫ ଚାଷ ପାଇଁ ୨୫ ହଜାର ୬ଶହ ହେକ୍ଟର ଓ ରବି ଫସଲ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇ ପାରିବ। ଏହି ପ୍ରକଳ୍ପର ମୋଟ୍ କମାଣ୍ଡ ଏରିଆ ପ୍ରାୟ ୩୨ ହଜାର ହେକ୍ଟର ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ବରଗଡ଼ କେନାଲରେ ପମ୍ପ ଯୋଗେ ପାଣି ଉଠାଯାଇ ପାଇପ ଯୋଗେ ଏହାକୁ ୧୮ କିଲୋମିଟର ଦୂର ବିଜେପୁର ପଠାଯିବ। ସେଠାରେ ପ୍ରତି ୪ ହେକ୍ଟର ପାଇଁ ଗୋଟିଏ ଲେଖାଏଁ ଆଉଟ୍ ଲେଟ୍ ରହିବ। ଏହି ପ୍ରକଳ୍ପ ପାଇଁ ୧୨୬୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/kanak/media/post_attachments/wp-content/uploads/2017/12/9-D.png)
ବିଜେପୁର ଉପନିର୍ବାଚନ ପୂର୍ବରୁ ଏହି ଘୋଷଣା ତାଲିକାରେ ସାମିଲ ହୋଇଛି, ୫ କୋଟି ୭୦ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ପିଇବା ପାଣି ପ୍ରକଳ୍ପ । ଭୂତଳ ଜଳସେଚନ ଯୋଜନା ବିଜେପୁରରୁ ଆରମ୍ଭ କରିବା ନେଇ ଘୋଷଣା କରିବା ପରେ ଏବେ ପ୍ରତି ଗାଁକୁ ପିଇବା ପାଣି ଯୋଗାଇବାକୁ ଯୋଜନା ହୋଇଛି। ଏଥିରେ ପ୍ରଥମ ପର୍ୟ୍ୟାୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବିଜେପୁର ନିର୍ବାଚନ ମଣ୍ଡଳୀର ୪ଟି ପ୍ରମୁଖ ଗାଁକୁ ‘ବସୁଧା’ ଯୋଜନାରେ ପିଇବା ପାଣି ଯୋଗାଇବାକୁ ପ୍ରକଳ୍ପ ପ୍ରସ୍ତୁତ କରିଛି। ଏହାକୁ ରାଜ୍ୟ ସରକାର ମଞ୍ଜୁର କରିଥିବାବେଳେ ଏଥିପାଇଁ ପ୍ରାୟ ୫କୋଟି ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି।
ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଯୋଜନା ଅନୁଯାୟୀ, ବିଜେପୁର ବ୍ଲକର ଅଇମାଳ, ଭାଲୁଆପାଲିଏବଂ ବରପାଲି ବ୍ଲକର ଅଇଁଠାପାଲି, ଧୀରପୁର ଏବଂ ଏହା ପାଖଆଖ ଅଞ୍ଚଳକୁ ପାଇପ ପାଣି ଯୋଗାଣ ହେବ। ଏଥିପାଇଁ ଷ୍ଟେଟ୍ ପ୍ଲାନରେ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ୟ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଯୋଜନା ଅନୁଯାୟୀ, ଯେଉଁ ଗାଁକୁ ଜଳ ଯୋଗାଣ ହେବ ସେହି ଗ୍ରାମ ପଞ୍ଚାୟତ ତାର ପାଣ୍ଠିରୁ ମୋଟ୍ ଖର୍ଚ୍ଚ ଅଟକଳର ୧୦% କିମ୍ବା ୧୦ଲକ୍ଷ ଟଙ୍କା ଯେଉଁଟି କମ୍ ହେବ ତାହା ଦେବ। ଯେଉଁ ସଂସ୍ଥା ଏଠାରେ ଜଳ ଯୋଗାଣ ପ୍ରକଳ୍ପ କାର୍ୟ୍ୟକାରୀ କରିବ ସେହି ସଂସ୍ଥା ପ୍ରକଳ୍ପ ଆରମ୍ଭ ହେବାର ୫ବର୍ଷ ପର୍ୟ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ।
/kanak/media/post_attachments/wp-content/uploads/2017/12/9-F.png)
ଏହାବାଦ୍ ବିଜେପୁରରେ ୨ଟି ସେତୁ ଓ ବିଜୁଳି ବିଭାଗର ୧୧ କେଭି ସବଷ୍ଟେସନ ନିର୍ମାଣ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ବରପାଲିର ରେଳବାଇ ପୋଲ ପାଇଁ ୩୧ କୋଟି, ଅଗଲପୁର-ବିଜେପୁର ରାସ୍ତା ପାଇଁ ୯ କୋଟି, ବରପାଲି ମୁଖ୍ୟ କେନାଲ ରାସ୍ତା ପାଇଁ ୫ କୋଟି, ବିଜେପୁର-ଦାମୋଦର ପୋଖରୀ ପୁନରୁଦ୍ଧାର ପାଇଁ ୩ କୋଟି ଓ ବିଜେପୁରର ୩ଟି ବ୍ଲକ ଉନ୍ନୟନ ପାଇଁ ୧୫.୩୬ କୋଟେି ଖର୍ଚ୍ଚ ହେବ । ବଡ କଥା ହେଉଛି, ଗୋଟିଏ ଉପନିର୍ବାଚନ ଏବେ ବିଜେପୁର ଅଂଚଳ ପାଇଁ ବିକାଶର ବାଟ ଖୋଲିଦେଇଛି । ଏପରିକି ବିଜେପୁରରେ ପୋଷ୍ଟର ଲଗାଇ କୁହାଗଲା, ସୁବଳ ସାହୁ ତିନି ତିନି ଥର ବିଧାୟକ ହୋଇ ଯାହା କରିନଥିଲେ, ତାଙ୍କ ଦେହାନ୍ତ ପରେ ହେବାକୁ ଥିବା ଉପ-ନିର୍ବାଚନରେ ତାଙ୍କ ସମସ୍ତ ସ୍ୱପ୍ନ ପୁରଣ ହେବାକୁ ଯାଉଛି । ଏହି କଟାକ୍ଷର ଯଥେଷ୍ଟ ଅର୍ଥ ମଧ୍ୟ ରହିଛି । ଯାହା ରାଜନୈତିକ ଦଳଙ୍କ ପାଇଁ ଏକ ଶିକ୍ଷା ମଧ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/5-6.jpg)
/kanak/media/post_attachments/wp-content/uploads/2017/12/9-A.png)
/kanak/media/post_attachments/wp-content/uploads/2017/12/9-E.png)