ଅନ୍ଧାରରେ ଉପକୂଳ ଓଡିଶା । ନବୀନ କହିଲେ, କେନ୍ଦ୍ରାପଡାରେ ୩ଦିନ ଓ ଜଗତସିଂହପୁରରେ ୭ ଦିନ ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ ।

337

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଉଜୁଡିଯାଇଛି ଉପକୂଳ ଓଡିଶା । ଲକ୍ଷ ଲକ୍ଷ ଘର ଭୁଷୁଡି ପଡିଥିବା ବେଳେ ଅନେକ ଗଛ ମାଟିକାମୁଡି ପଡିଛି । ପିଇବାକୁ ପାଣି ମିଳୁନଥିବା ବେଳେ ଅନ୍ଧାରରେ ରହିଛି ସମଗ୍ର ଉପକୂଳ ଓଡିଶା । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଗାମୀ ୩  ଦିନ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବ । ସେହିପରି ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ୍‌ ଜନିତ ସମସ୍ୟାର ସମାଧାନ ହେବା ପାଇଁ ଗୋଟିଏ ସପ୍ତାହ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସୂଚନା ଦେଇଛନ୍ତି । ସାମୁଦ୍ରିକ ଝଡ଼ ଫନି ସ୍ଥିତି ସମୀକ୍ଷା କରିବା ପରେ ନବୀନ ଏହା କହିଛନ୍ତି ।

ବିଦ୍ୟୁତ ଯୋଗାଣ ନେଇ ସେସୁ ବରିଷ୍ଠ ମହାପ୍ରବନ୍ଧକ କହିଛନ୍ତି, ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ, ସଚିବାଳୟ, ବିମାନବନ୍ଦରକୁ ବିଦ୍ୟୁତ ସଂଯୋଗ କରାଯାଇଛି । ସେହିପରି ସମସ୍ତ ପାନୀୟ ଜଳ ଯୋଗାଣ ପମ୍ପ ହାଉସକୁ ମଧ୍ୟ ଯୋଗାଣ ହୋଇଛି । ଗଳିକନ୍ଦିର ରାସ୍ତାରେ ଗଛ ପଡ଼ିଥିବାରୁ କାମ ତୀବ୍ର କରାଯାଇ ପାରୁ ନାହିଁ ।