କନକ ବ୍ୟୁରୋ: ଦିଲ୍ଲୀରେ ବିଜେଡି ସମାବେଶ କରୁଥିବା ବେଳେ ଏପଟେ ସମାବେଶକୁ ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସର ସଭାପତି ନିରଂଜନ ପଟ୍ଟନାୟକ । ନିରଂଜନ କହିଛନ୍ତି କି, ଦିଲ୍ଲୀରେ ଚାଷୀ ମାନେ ନୁହଁନ୍ତି ବରଂ ବିଜେଡିର ମନ୍ତ୍ରୀ , ବିଧାୟକ ଏବଂ କର୍ମକର୍ତ୍ତାମାନେ ବିକ୍ଷୋଭ କରୁଛନ୍ତି । ଏଥିରେ କୌଣସି ଜଣେ ହେଲେ ବି ଚାଷୀ ସାମିଲ ହୋଇନାହାଁନ୍ତି ।
ନବୀନ ଓ ତାଙ୍କ ଟିମ ୫୨ ଲକ୍ଷର ପ୍ୟାକେଜ ପିକନିକ କରିଛନ୍ତି କହି ବିଜେଡିର ଦିଲ୍ଲୀ ଗସ୍ତକୁ ବିରୋଧ କରିଛନ୍ତି ନିରଂଜନ। ଚାଷୀଙ୍କ ହକ୍ ପାଇଁ ଲଢିବା ଲାଗି ନୁହେଁ । ବିଜେଡି ସହ ଚାଷୀ ମାନେ ଆଉ ନାହାନ୍ତି । ରାଜ୍ୟ ସରକାର ନିଜ ଶାସନ କାଳ ମଧ୍ୟରେ ଚାଷୀଙ୍କ ପାଇଁ କୌଣସି ଗୋଟିଏ ବି କାମ କରିନାହଁନ୍ତି । ଏହା କେବଳ ଏକ ପ୍ରହସନ । ଚାଷୀଙ୍କ ପାଇଁ ଏମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଚଷା କୂଳ ପ୍ରତି ରାଜ୍ୟ ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ । କେବଳ କଂଗ୍ରେସ ହିଁ ଚାଷୀଙ୍କ କଥା ଚିନ୍ତା କରୁଛି ବୋଲି କହି ବିଜେଡିକୁ ଟର୍ଗେଟ୍ କରିଛନ୍ତି ନିରଂଜନ ପଟ୍ଟନାୟକ । ଅନ୍ୟ ପଟେ ଧାନମଣ୍ଡିରେ ଅବ୍ୟବସ୍ଥା ପ୍ରସଙ୍ଗରେ କାଉଁଟର ରଣନୀତି କରିଛି ବିଜେପି । ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଘେରିବାକୁ ଉଦ୍ୟମ କରିଥିଲା ବିଜେପି କୃଷକ ମୋର୍ଚ୍ଚା
ଉଲ୍ଲେଖ ଥାଉ କି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଜେଡ଼ିର ବିଶାଳ ସମାବେଶ । ସମାବେଶରେ ବିଜେଡି ସୁପ୍ରିମୋ ତାଙ୍କର ସମସ୍ତ ବିଧାୟକ ଓ ସାଂସଦ ସାମିଲ ହୋଇଛନ୍ତି । ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏମଏସପି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ କିଛି କଲେନି । ଚାଷୀଙ୍କ ପାଇଁ ରାଜ୍ୟ ସରକାର କାମ କରିଚାଲିଛନ୍ତି । ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରହିବ ।
ନିର୍ବାଚନ ଜିତିବା ପରେ ବିଜେଡି ପ୍ରତିଶ୍ରୁତି ପୂରଣ କରିଛିି । କିନ୍ତୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କଲାନି । ନିର୍ବାଚନୀ ଇସ୍ତାହାର ଦେଇଥିବା ପ୍ରତିଶ୍ରୁତି ପାଳନ କଲେନି କି ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିନଥିବା ନବୀନ କହିଛନ୍ତି ।
Follow Us
/kanak/media/post_attachments/wp-content/uploads/2019/01/niranjan-300x180.jpg)
/kanak/media/post_attachments/wp-content/uploads/2019/01/Screen-shot-2019-01-08-at-1.15.19-PM-300x223.png)