କନକ ବ୍ୟୁରୋ: ଭିକେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇଂରାଜୀ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ । ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ବରଂ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ବିଜେପି ନେତୃବୃନ୍ଦକୁ ଅଫର ଦେଇଥିବା ନେଇ ଖବର ପ୍ରକାଶ ପାଇବା ପରେ ମୁହଁ ଖୋଲିଛନ୍ତି ନବୀନ।
This is completely false, motivated, defamatory and malicious. As I have stated earlier Mr Pandian has served the state and party with utmost dedication efficiency and integrity and he is known and respected for the same.@NewIndianXpress pic.twitter.com/4cVZgVcxoD
— Naveen Patnaik (@Naveen_Odisha) July 22, 2024
ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ନବୀନ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ, ଉଦେଶ୍ୟ ପ୍ରଣୋଦିତ, ବିଭ୍ରାନ୍ତକାରୀ ଏବଂ ମାନହାନି କଲାଭଳି ଖବର। ପାଣ୍ଡିଆନ ନିଜର ଦକ୍ଷତା, ନିଷ୍ଠା, ସମର୍ପଣ ଭାବନା ନେଇ ଉଭୟ ରାଜ୍ୟ ଓ ଦଳ ପାଇଁ କାମ କରିଛନ୍ତି। ଏହି ସେବା ମନୋବୃତ୍ତି ପାଇଁ ପାଣ୍ଡିଆନ ଜଣାଶୁଣା ବୋଲି ନବୀନ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବା ବେଳେ ସାମ୍ନାକୁ ଆସି ନବୀନ କ୍ଲିନଚିଟ୍ ଦେଇଥିଲେ। ଏବେ ନବୀନ ପୁଣିଥରେ ସମାନ ଆଭିମୁଖ୍ୟ ଦେଖାଇ ବାର୍ତ୍ତା ଦେଇଛନ୍ତି ଯେ, ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିଲେ ମଧ୍ୟ ତାଙ୍କର ସୁରକ୍ଷା ଦାୟିତ୍ବ ସେ ନିଜେ ନେଇଛନ୍ତି।