କନକ ବ୍ୟୁରୋ : ପଦାର୍ପଣ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଦ୍ରୁତ ବୋଲର ନଭଦୀପ ସାଇନି । ଗତାକାଲି ଆମେରିକା ଫ୍ଲୋରିଡାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆ ପକ୍ଷରୁ ପଦାର୍ପଣ କରିଥିଲେ ସାଇନି । ତେବେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ସାଇନି ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି ।

Advertisment

publive-imageଦିଲ୍ଲୀର ଦ୍ରୁତ ବୋଲର ନଭଦୀପ ସାଇନି ଗତକାଲି ୮୦ତମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ଖେଳିଥିଲେ । ନିଜ ପ୍ରଥମ ଓଭରରେ ହିଁ ସେ ଦୁଇଟି ୱିକେଟ୍ ନେଇଥିଲେ । ନିକୋଲାସ ପୂରନଙ୍କୁ ଆଉଟ୍ କରିବାର ପର ବଲରେ ସିମରନ୍ ହେଟମେୟରଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଏପରି କରି ସାଇନି ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କ ସମକକ୍ଷ ହୋଇଥିଲେ। ବାମହାତୀ ସ୍ପିନର ପ୍ରଜ୍ଞାନ ୨୦୦୯ରେ ନିଜ ପଦାର୍ପଣ ଟ୍ବେଣ୍ଟି-୨୦ରେ ଗୋଟିଏ ଓଭରରେ ଦୁଇଟି ୱିକେଟ୍ କରାୟତ କରିଥିଲେ। ପ୍ରଥମ ଓଭରର ପ୍ରଥମ ବଲରେ ସେ ବାଂଲାଦେଶ ଅଲରାଉଣ୍ଡର ସକିବ-ଅଲ-ହାସନଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ବାରା କ୍ୟାଚ୍ କରାଇ ନେଇଥିଲେ। ସେହିଭଳି ପଞ୍ଚମ ବଲରେ ଜୁନୈଦ ସିଦ୍ଦିକଙ୍କୁ ଆଉଟ୍ କରି ଗୋଟିଏ ଓଭରରେ ଯୁଗଳ ସଫଳତା ଲାଭ କରିଥିଲେ। ମୋଟ ୪ ୱିକେଟ୍ ନେଇ ପ୍ରଜ୍ଞାନ ସେହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସଂଯୋଗ ବଶତଃ ସାଇନି ମଧ୍ୟ ପଦାର୍ପଣ ଟ୍ବେଣ୍ଟି-୨୦ରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି।