କରୋନା କଟକଣା ମଧ୍ୟରେ ଚାଲିଛି ନବରାତ୍ରୀ । ଆଜି ଚତୁର୍ଥ ଦିନରେ ମାଙ୍କ ବିଭିନ୍ନ ବେଶ…

106
କନକ ବ୍ୟୁରୋ: ଜମି ଆସିଲାଣିି ଶାରଦୀୟ ପାର୍ବଣ । କରୋନା କାଳରେ ନବରାତ୍ରି ଅବସରରେ ସାରାଦେଶର ଶକ୍ତିପୀଠ ଓ ଦେବୀ ମନ୍ଦିର ଗୁଡିକ ଚଳଚଂଚଳ । ନବରାତ୍ରର ଚତୁର୍ଥ ଦିନରେ ଆଜି ମାଆ କୁସ୍ମାଣ୍ଡାଙ୍କୁ ଆରାଧନା କରାଯାଉଛି । ମାଆଙ୍କ ନବଦିନାକ୍ରମ ଯାତ୍ରା ଦେଖିବାକୁ ଭକ୍ତ ବ୍ୟାକୁଳ ।
ତେବେ କଟକର ପ୍ରସିଦ୍ଧ ଗଡଚଣ୍ଡୀ ପୀଠରେ ଚାଲିଛି ନବରାତ୍ର ପୂଜା । ଆଜି ନବରାତ୍ରର ଚତୁର୍ଥ ଦିନରେ ଦିନରେ ମାଆଙ୍କର ରୀତିନୀତିରେ ପୂଜା ହେଉଛି । କିନ୍ତୁ ଏଥର କୋଭିଡ୍ କଟକଣା ମଧ୍ୟରେ ମା ପୂଜା ପାଉଛନ୍ତି । ଆଜି ମାଙ୍କ ନାରାୟଣୀ ବେଶ ହେବ ।  ମା ଙ୍କ ବିଭିନ୍ନ ବେଶ ଚାଲିଥିଲେ ମଧ୍ୟ ସାଧାରଣ ଭକ୍ତ କିନ୍ତୁ ଦର୍ଶନରୁ ବଂଚିତ ହେଉଛନ୍ତି ।
ସେପଟେ ନବରାତ୍ରୀକୁ ନେଇ ବାଙ୍କିର ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟ ଚଳଚଂଚଳ । କରୋନା କଟକଣା ମଧ୍ୟରେ ପରମ୍ପରା ଅନୁସାରେ ରୀତିନୀତିରେ ଚାଲିଛି ପୂଜା ର୍ଚନା । ତେବେ କରୋନା କାରଣରୁ ଏଥର ମାଆଙ୍କ ନବରାତ୍ରି ଦର୍ଶନ କରିବାରୁ ଶ୍ରଦ୍ଧାଳୁ ବଂଚିତ ରହିଛନ୍ତି ।  ।