ଫୋନି ପାଇଁ ପୂରା ପ୍ରସ୍ତୁତ ଭାରତୀୟ ନୌସେନା । ଆକାଶମାର୍ଗରୁ ରିଲିଫ ଯୋଗାଣ ପାଇଁ ନୌସେନା ହେଲିକପ୍ଟର ଆଇଏନଏସ ‘ଦେଗା’ ଓ ‘ରାଜାଲି’ ପ୍ରସ୍ତୁତ ।

Advertisment
ଫୋନି ପାଇଁ ପୂରା ପ୍ରସ୍ତୁତ ଭାରତୀୟ ନୌସେନା । ଆକାଶମାର୍ଗରୁ ରିଲିଫ ଯୋଗାଣ ପାଇଁ ନୌସେନା ହେଲିକପ୍ଟର ଆଇଏନଏସ ‘ଦେଗା’ ଓ ‘ରାଜାଲି’ ପ୍ରସ୍ତୁତ ।

କନକ ବ୍ୟୁରୋ : ଅତି ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ପାଇଁ ନୌସେନା ପକ୍ଷରୁ ପ୍ରସ୍ତୁତି କରାଯାଇଛି। ବାତ୍ୟା ପରେ ହେଲିକପ୍ଟର ଆଇଏନଏସ ‘ଦେଗା’ ଓ ‘ରାଜାଲି’ ସହାୟତାରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବାକୁ ନୌସେନା ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ଫୋନି ଏପ୍ରିଲ ୩ ସନ୍ଧ୍ୟା ୫ଟା ୩୦ରେ ପୁରୀରେ ଲ୍ୟାଣ୍ଡଫଲ କରିପାରେ । ପାଣିପାଗ ବିଭାଗ କହିଛି ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିଲୋମିଟର ଦୂରରେ ଓ ବିଶାଖାପାଟଣାଠାରୁ ୩୯୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି ଫୋନି। ପୂର୍ବ ନୌସେନା କମାଣ (ଇଏନସି) ଝଡର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛି।

ଆଗାମୀ ୧୨ ଘଂଟା ମଧ୍ୟରେ ଏହି ଝଡ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ ମେ’ ୩ ତାରିଖ ଅପରାହ୍ନରେ ଏହା ଉତର-ଉତର ପୂର୍ବ ମୋଡ ନେଇ ଓଡିଶା ଉପକୂଳକୁ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ସମୟରେ ପବନର ବେଗ ୧୭୫-୧୮୫ କିଲୋମିଟର ରହିବାର ସମ୍ଭାବନା ଥିଲାବେଳେ ଏହା ସର୍ବାଧିକ ୨୦୫ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି।

ଅତ୍ୟାବଶ୍ୟକୀୟ ରିଲିଫ ସହାୟତା, ଉଦ୍ଧାର ଏବଂ ମାନବୀୟ ସହାୟତା କାର୍ଯ୍ୟ ଲାଗି ରିଲିଫ ସାମଗ୍ରୀ ସହିତ ବିଶାଖାପାଟଣାରେ ଜାହାଜ ପ୍ରସ୍ତୁତ ହୋଇ ରହିଛି । ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ଉଦ୍ଧାର ଏବଂ ରିଲିଫ ସହାୟତା କାର୍ଯ୍ୟ ଲାଗି ବୁଡାଳୀ ଏବଂ ଚିକିତ୍ସା ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଧିକାଂଶ ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ସର୍ଭେକ୍ଷଣ, ଜରୁରୀ ଉଦ୍ଧାର କାର୍ଯ୍ୟ ଏବଂ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବା ପାଇଁ ଆଇଏନଏସ ଦେଗା ଓ ଆଇଏନଏସ ରାଜାଲି ନୌସେନା ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe