ନିଆଳିରେ ତିଆରି ହୋଇଛି ମନଲୋଭା ଗ୍ରାମୀଣ ଉଦ୍ୟାନ । ଜମୁଛି ଲୋକଙ୍କ ଭିଡ, ମୁଖ୍ୟ ଆକର୍ଷଣ ନୌକା ବିହାର ।

152

କନକ ବ୍ୟୁରୋ : ଗ୍ରାମୀଣ ପରିବେଶରେ ସହରୀ ଛାପ । ଲୋକଙ୍କ ମନ ମୋହଛି ଗ୍ରାମୀଣ ଉଦ୍ୟାନ । ସକାଳେ ସଞ୍ଜରେ ପାର୍କରେ ଜମୁଛି ଭିଡ । ସରପଞ୍ଚ ଓ ବିଧାୟକଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । କଟକ ଜିଲ୍ଲା ନିଆଳି ବ୍ଲକର ରତନପୁର ଗାଁରେ ମୋଟ ୧ କୋଟି ଟଙ୍କା ବ୍ୟୟରେ ୫୨ ଏକର ଆମ୍ବତୋଟାରେ ଏହି ପାର୍କ ନିର୍ମାଣ ହୋଇଛି ।

ଗାଁ ପରିବେଶ ସହରୀ ଅନୁଭବ । ମନରେଗା ଯୋଜନା ବିଧାୟକ ପାଣ୍ଠିରୁ ୧କୋଟି ବ୍ୟୟରେ ସହୀଦ ମନୋଜ ବେହେରା ସ୍ମୃତି ଉଦ୍ୟାନ ଓ ନୌକା ବିହାର ସଦାଦାସ ବିହାରୀ ତୋଟାରେ ନିର୍ମିତ ହୋଇଛି ଏହି ପାର୍କ । ବିଭିନ୍ନ ଫୁଲ ଗଛ, ରଙ୍ଗୀନ ଆଲୋକ ସହିତ ନୌକା ବିହାର ସମସ୍ତକୁ ଆକୁଷ୍ଟ କରୁଛି । ଏହାସହ ସହୀଦଙ୍କ ପ୍ରତିମୂତି ଓ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରାର ଜୀବନ୍ତ ପ୍ରତିଛବି ପାର୍କରେ ଶୋଭାବର୍ଦ୍ଧନ କରୁଛି ।

୧କୋଟି ଟଙ୍କା ବ୍ୟୟରେ ୫୨ଏକର ଆମ୍ବତୋଟାରେ ଏହି ପାର୍କ ନିର୍ମାଣ ହୋଇଛି । କରୋନା କାଳରେ ଏହି ପାର୍କ ନିର୍ମାଣରେ କାମ କରି ଶ୍ରମିକମାନେ ରୋଜଗାର ପାଇଛନ୍ତି । ରତନପୁର ସମେତ ଆଖପାଖ ଅଞ୍ଚଳର ଲୋକମାନେ ଏଠାକୁ ଆସି ବୁଲାବୁଲି କରୁଛନ୍ତି । ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣାରେ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଭୂମିକାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ପାର୍କ ନିର୍ମାଣରେ ଲୋକଙ୍କୁ ରୋଜଗାର ମିଳିବା ସହ ମନୋରଞନ ହୋଇପାରୁଛି । ଗାଁ ପରିବେଶରେ ସହରୀ ଛାପ ଲୋକଙ୍କୁ ଆତ୍ମସନ୍ତୋଷ ଦେଉଛି ।