ସୋସିଆଲ ମିଡିଆରେ ପ୍ରକୃତି ମିଶ୍ରଙ୍କ ଫଟୋ ଭାଇରାଲ ପ୍ରସଙ୍ଗ : ଥାନାକୁ ଗଲେ ଅଭିନେତ୍ରୀ । ଉଦ୍ଦେଶ୍ୟମୂଳକ ଭାବେ ଖବରକୁ ଅତିରଂଜିତ କରାଯାଇଥିବା ଅଭିଯୋଗ ।  ନ୍ୟୁଜ ପୋର୍ଟାଲ ବିରୋଧରେ ମଂଚେଶ୍ୱର ଥାନାରେ ଏତଲା 

1,300

କନକ ବ୍ୟୁରୋ : ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫଟୋ ଭାଇରାଲ ଘଟଣା । ମଂଚେଶ୍ୱର ଥାନାରେ ଏତଲା ଦାଏର କଲେ ଅଭିନେତ୍ରୀ । ତାଙ୍କ ନାମରେ ଅତିରଂଜିତ କରି ଉଦ୍ଦେଶ୍ୟମୂଳକ ଭାବରେ ଖବର ତିଆରି କରିବା ପ୍ରସଙ୍ଗରେ ସଂପୃକ୍ତ ୱେବ୍ ପୋର୍ଟାଲ ବିରୋଧରେ ଏତଲା କରିଛନ୍ତି । ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ ହେବା କାରଣରୁ ଅଭିନେତ୍ରୀ, ଅଭିନେତ୍ରୀଙ୍କ ପରିବାରକୁ ଗଭୀର ମାନସିକ ଚାପର ଶିକାର ହେବାକୁ ପଡିଛି, ଏବଂ ଏହା ତାଙ୍କର ସମ୍ମାନହାନୀ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।