ପ୍ରକଳ୍ପ ପାଇଁ ବଳି ପଡୁଛି ପ୍ରକୃତି : ପ୍ରାକୃତିକ ପରିବେଶକୁ ନଷ୍ଟ କରି ତିଆରି ହେଉଛି ସୋଲାର ପାୱାର ପ୍ଲାଣ୍ଟ

117

କନକ ବ୍ୟୁରୋ : ସବୁଜ ବନାନୀକୁ ଧ୍ୱଂସ କରି ତିଆରି ହେଉଛି ସବୁଜ ଶକ୍ତି ପ୍ରକଳ୍ପ । ପ୍ରାକୃିତକ ପରିବେଶ ଓ ଘଂଚ ଜଙ୍ଗଲକୁ ନଷ୍ଟ କରି ତିଆରି କରାଯାଉଛି ସୋଲାର ପାୱାର ପ୍ଲାଂଟ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଡୁମେରମୁଣ୍ଡା ବନସୁରକ୍ଷା ସମିତି ଅନ୍ତର୍ଗତ ୧୨୮ ଏକର ଜଙ୍ଗଲର ଗଛ ଶୌର ଶକ୍ତି ପ୍ରକଳ୍ପ ପାଇଁ ବଳି ପଡିଛି । ବହୁ ମୂଲ୍ୟବାନ ଆମ୍ବ, ମହୁଲ, ଚାର, ରେଙ୍ଗାଲ ଭଳି ମୂଲ୍ୟବାନ ଗଛ ଥିବା ଜଙ୍ଗଲକୁ ଚଂଚକତା କରି ସରକାରୀ ବାବୁମାନେ ଏକ ଘରୋଇ କଂପାନୀ ହାତକୁ ଟେକି ଦେଇଛନ୍ତି ।

ତେବେ ଜଙ୍ଗଲକୁ ନଷ୍ଟ କରି ପ୍ରକଳ୍ପ କରାଯାଉଥିବା ବେଳେ ବନ ବିଭାଗ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ସରକାର ବନୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲାରେ ଏହାର ଓଲଟା ଦେଖିବାକୁ ମିଳିଛି । ଆଖପାଖର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି । ସବୁଜ ଶକ୍ତି ନାମରେ ବଳି ପଡୁଛି ବର୍ଷ ବର୍ଷର ପୁରୁଣା ସବୁଜ ବନାନୀ । ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।