ଧଳା କେଶକୁ କଳା କରିବାକୁ ଚାହୁଁଛନ୍ତି ! ଆପଣାନ୍ତୁ ଏହି ୫ଟି ସହଜ ଘରୋଇ ଉପାୟ

259

କେଶ ପାଚିବା ଏବେ ଏକ ସାଧାରଣ ସମସ୍ୟା । ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟା ପାଇଁ ଚିନ୍ତିତ । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଚୁଟିକୁ ରଙ୍ଗ କରିଥାନ୍ତି । ଯାହା କେଶ ପାଇଁ ସବୁଠାରୁ ଅଧିକ କ୍ଷତିକାରକ । କାରଣ ଆପଣ ବ୍ୟବହାର କରୁଥିବା ରଙ୍ଗରେ କେମିକାଲ୍ ଥାଏ । କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହା ଆପଣଙ୍କ ଧଳା କେଶକୁ କଳା କରିବାରେ ସାହାଯ୍ୟ କରିବ । ବିନା କୌଣସି କ୍ଷତିରେ ଆପଣ ସମସ୍ୟାରୁ ମୁକ୍ତି ପାଇପାରିବେ ।

ନାଲି ଚା’ :

ଏକ ଚାମଚ ଚା’ ପତି ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଏହି ପାଣିକୁ କେଶରେ ଲଗାନ୍ତୁ । ସପ୍ତାହକୁ ଅନ୍ତତଃ ଥରେ କିମ୍ବା ଦୁଇ ଥର ଏହି ପାଣି ବ୍ୟବହାର କରନ୍ତୁ । ପ୍ରାୟ ୧ମାସ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କଲେ ଫରକ ଆପଣ ନିଜେ ଜାଣିପାରିବେ ।

ନଡିଆ ତେଲ ଏବଂ ଲେମ୍ବୁ :

ଆବଶ୍ୟକ ପରିମାଣର ନଡିଆ ତେଲରେ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଅଧଘଂଟା ପର୍ଯ୍ୟନ୍ତ ଏହି ମିଶ୍ରଣକୁ କେଶ ମୂଳରେ ଭଲ ଭାବରେ ମାଲିସ୍ କରନ୍ତୁ । ସପ୍ତାହକୁ ଅନ୍ତତଃ ଦୁଇ ଥର ଏହି ମିଶ୍ରଣକୁ ବ୍ୟବହାର କରନ୍ତୁ ।

ସେଓ ଚୋପା :

ସେଓ ଚୋପାକୁ ପାଣିରେ ଭଲ ଭାବରେ ଫୁଟାଇ ଥଣ୍ଡା କରନ୍ତୁ । ପରେ ଏହି ପାଣିକୁ କେଶରେ ଲଗାନ୍ତୁ । ପ୍ରାୟ ୨୫ ମିନିଟ୍ ପରେ ମୁଣ୍ଡ ସାମ୍ପୋ କରିଦିଅନ୍ତୁ । ସପ୍ତାହକୁ ଦୁଇଥର ଏହାକୁ ବ୍ୟବହାର କଲେ ଧଳା କେଶ ଖୁବ୍ ଶୀଘ୍ର କଳା ହେବ ।

ମେହନ୍ଦୀ :

ଏକ କପ୍ ମେହନ୍ଦୀରେ କଫି, ଏକ ଚାମଚ ଦହି , ଏକ ଚାମଚ ଲେମ୍ବୁ, ସିରକା, ଏକ ଚାମଚ କାଜୁ ଗୁଣ୍ଡ , ଏକ ଚାମଚ ବ୍ରାହ୍ମୀ ଭଲ ଭାବରେ ମିଶାନ୍ତୁ । ଏହାକୁ ସପ୍ତାହକୁ ଅନ୍ତତଃ ଥରେ ବ୍ୟବହାର କରନ୍ତୁ ।

ମେହନ୍ଦୀ ଏବଂ ଶିକାକାଇ :

ଏକ କପ୍ ମେହନ୍ଦୀରେ ଏକ ଚାମଚ ଅଁଳା ଗୁଣ୍ଡ, ଏକ ଚାମଚ ଶିକାକାଇ, ଏକ ଚାମଚ ଲେମ୍ବୁ ରସ, ସୋରିଷ ତେଲ, ଏବଂ ଏକ ଚାମଚ ରୀଠା ପାଉଡର୍ ମିଶାନ୍ତୁ । ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ପ୍ରାୟ ୧ ଘଂଟା ପରେ ଧୋଇଦିଅନ୍ତୁ । ନିୟମିତ ବ୍ୟବଧାନରେ ଏପରି କଲେ ଆପଣଙ୍କ ଧଳା ଚୁଟି କଳା ହେବ ।