କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ ବ୍ଲକରୁ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ ମିଳିବ ଘଟଣା । ଅଏଲ ଇଣ୍ଡିଆ ପକ୍ଷରୁ ପୋଖରୀ ଖୋଳା ଆରମ୍ଭ । ୮ ଏକର ଜାଗାରେ ଚାଲିଛି ପୋଖରି ଖୋଳା କାମ । ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ପୋଖରୀ ଖୋଳା ସହ ବୋରିଙ୍ଗ କାର୍ଯ୍ୟ ଚାଲିଛି । ପ୍ରଥମେ ୩୦ ମିଟର ବୋରିଙ୍ଗ କରାଯିବ । ୧୦ ମିଟରରୁ ୩୦ ମିଟର ମଧ୍ୟରେ ତିନୋଟି ସ୍ଥାନରୁ ମାଟି ସଂଗ୍ରହ କରାଯାଇ ପରୀକ୍ଷା ନିରୀକ୍ଷା ପାଇଁ ଦିଲ୍ଲୀ ଯିବ । ଏହି ସୂଚନା ଦେଇଛନ୍ତି କାର୍ଯ୍ୟରତ କର୍ମଚାରୀ ।
ଏଥିପାଇଁ ୩୭ ଜଣ ଜମି ମାଲିକ ସାଥିରେ ଚୁକ୍ତିନାମା କରିଛି କମ୍ପାନୀ । ଯୁଦ୍ଧ କାଳୀନ ଭିତରେ ବୋରିଙ୍ଗ କାର୍ଯ୍ୟ ଚାଲୁ ରହିଛି । ମାଟି ତଳୁ ବାହାରୁଥିବା ପଙ୍କକୁ ଏହି ପୋଖରୀରେ ରଖାଯିବ ଓ ପରେ ଏହାକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି । ପ୍ରାକୃତିକ ଗ୍ୟାସ ଓ ତୈଳ ବାହାରିଲେ ବିଶ୍ୱ ମାନ ଚିତ୍ରରେ ଗୋପର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ । ଏଥିସହ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ଘଟିବା ସହ ଯୁବକ ଯୁବତୀମାନଙ୍କ କ୍ଷେତ୍ରରେ ଆତ୍ମନିଯୁକ୍ତି ସୃଷ୍ଟି ହେବ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ଗୋପ ପଂଚାୟତ କୁସୁପୁର ମୌଜାରେ ସାଟେଲାଇଟ ମ୍ୟାପ ଯୋଗେ ୮ଏକର ଜାଗା ଚିହ୍ନଟ କରାଯାଇଥିଲା । ସେହିପରି ମହଲପଡା ପଂଚାୟତ ଚିତେରା ମୌଜାରେ ମଧ୍ୟ ୮ଏକର ଜମି ଚିହ୍ନଟ କରାଯାଇଛି । ପ୍ରାଥମିକ ଭାବେ କୁସୁପୁର ଠାରେ କାମ ଆରମ୍ଭ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us