ବିପର୍ଯ୍ୟୟ ମୁକାବିଲା ପାଇଁ ୬ ରାଜ୍ୟର ମାନସମନ୍ଥନ । ଆଜିଠୁ ଭୁବନେଶ୍ୱରରେ ଦୁଇ ଦିନିଆ କର୍ମଶାଳା, ବିପର୍ଯୟ ଜନିତ କ୍ଷୟକ୍ଷତି ହ୍ରାସ ନେଇ ହେବ ଆଲୋଚନା

Advertisment
ବିପର୍ଯ୍ୟୟ ମୁକାବିଲା ପାଇଁ ୬ ରାଜ୍ୟର ମାନସମନ୍ଥନ । ଆଜିଠୁ ଭୁବନେଶ୍ୱରରେ ଦୁଇ ଦିନିଆ କର୍ମଶାଳା, ବିପର୍ଯୟ ଜନିତ କ୍ଷୟକ୍ଷତି ହ୍ରାସ ନେଇ ହେବ ଆଲୋଚନା

କନକ ବ୍ୟୁରୋ : ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ପାଇଁ ଆଜିଠୁ ଭୁବନେଶ୍ବରରେ ଦୁଇ ଦନିଆ କର୍ମଶାଳା ଆୟୋଜନ ହେବାକୁ ଯାଉଛି। କର୍ମଶାଳାରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିମାନେ ଯୋଗଦେବେ। କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଉଦଘାଟନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ନୂତନ ଜ୍ଞାନ କୌଶଳ ଉପଯୋଗ କରି ପ୍ରାକୃତିକ ଦୁର୍ବିପାକ ସମୟରେ କିପରି ସମ୍ପତ୍ତି ହାନିକୁ ରୋକିହେବ, ସେଥିପାଇଁ ଏହି କର୍ମଶାଳାରେ ଆଲୋଚନା କରାଯିବ।

publive-imageବିଶେଷକରି ବନ୍ୟା, ବାତ୍ୟା, ଭୂମିକମ୍ପ ଓ ବଜ୍ରପାତ ସମୟରେ ଜରୁରୀକାଳୀନ ସେବା, ସ୍ବାସ୍ଥ୍ୟ ଓ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଏବଂ ବିପର୍ଯ୍ୟୟ କ୍ଷୟକ୍ଷତି ପରିଚାଳନାରେ ଜିଓଗ୍ରାଫିକାଲ୍‌ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌ (ଜିଆଇଏସ୍‌)ର ଭୂମିକା ଉପରେ ତର୍ଜମା କରାଯିବ। ଏହାସହିତ ବନ୍ୟା ବେଳେ ଡ୍ୟାମ୍ ନିରାପତ୍ତା ନେଇ ବାହାର ରାଜ୍ୟମାନେ ଆପଣାଇଥିବା ନୂତନ ଜ୍ଞାନ କୌଶଳ ଉପରେ ବି ଆଲୋଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe