୧୨ ବର୍ଷର ବାଳିକା ଜନ୍ମଦିନରେ ଗିଫ୍ଟ ଦେଲେ ବିଏମଡବ୍ଲୁ କାର୍ । ଜାଣନ୍ତୁ ଏତେ ଦାମୀ ଗିଫ୍ଟ ପାଇଁ କେଉଁଠୁ ଆସିଲା ଟଙ୍କା?

609

୧୨ ବର୍ଷ ବୟସରେ ବିଏମଡବ୍ଲୁ କାରର ମାଲିକ । କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କାରଣ ବିଏମଡବ୍ଲୁ କାର କିଣିବା ଜଣେ ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ । ଚାକିରି କରିବାର ଦୀର୍ଘ ବର୍ଷ ପରେ ମଧ୍ୟ ଯେତେବେଳେ ଜଣେ ଲୋକ ସାଧାରଣ ଗାଡିଟିଏ କିଣିବାକୁ ହଜାରେ ଥର ଭାବିଥାଏ ସେଭଳି ସ୍ଥଳେ ମାତ୍ର ୧୨ ବର୍ଷ ବୟସରେ ଜଣେ କୁନି ବାଳିକା ବିଏମଡବ୍ଲୁ କାରର ମାଲିକ ହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ନିଜର ୧୨ ତମ ଜନ୍ମଦିନରେ ଏହି ବିଏମଡବ୍ଲୁ କାର ନିଜକୁ ଗିଫ୍ଟ କରିଛନ୍ତି ଏହି ବାଳିକା । ଏପରିକି ଏହି ବିମଏମଡବ୍ଲୁ କାର ବାଳିକା ଜଣକ ଚଲାଇ ମଧ୍ୟ ପାରୁଛନ୍ତି ।

ଥାଇଲାଣ୍ଡର ଚେଣ୍ଟାବୁରୀରେ ରହୁଥିବା ଏହି ୧୨ ବର୍ଷର ଝିଅ ଜଣକ ହେଉଛନ୍ତି ନେତହନାନ । ଯିଏ ପେଶାରେ ଜଣେ ମେକଅପ ଆର୍ଟିଷ୍ଟ । ପ୍ରଫେସନାଲ ମେକଅପ ଆର୍ଟିଷ୍ଟ ଭାବେ ଜଣାଶୁଣା ଏହି ବାଳିକା ଜଣକ ଲଣ୍ଡନ ଫ୍ୟାସନ ୱିକ୍-୨୦୧୮ରେ ମଧ୍ୟ ପୂର୍ବରୁ ସାମିଲ ହୋଇ ସାରିଛନ୍ତି । ନେତହନାନ ଲଣ୍ଡନ ଫ୍ୟାସନ ୱିକରେ ସବୁଠୁ କମ ବୟସର ମେକଅପ ଆର୍ଟିଷ୍ଟ ରହିଛନ୍ତି । ନେତହନାନଙ୍କର ଫେସବୁକ ଆକାଉଣ୍ଟରେ ପ୍ରାୟ ୮୦ ହଜାର ଫଲୋଅର୍ସ ରହିଛନ୍ତି ।

ନେତହନାନ ନିଜର ୧୨ ତମ ଜନ୍ମଦିନରେ ନିଜକୁ ବିଏମଡବ୍ଲୁ ସେଦାନ ଗାଡି ଉପହାର ଦେଇଛନ୍ତି । ଫେସବୁକରେ ଗାଡି ସହ ଫଟୋ ସେୟାର କରି ନେତହନାନ ଲେଖିଛନ୍ତି, ଆଜି ମୋର ୧୨ ତମ ଜନ୍ମଦିନ । ଆପଣଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ । ଏହି ୧୨ ବର୍ଷିୟ ବାଳିକା ୩ ବର୍ଷରୁ କମ ବୟସରେ ୟୁଟ୍ୟୁବରେ ମେକଅପ କରିବା ଶିଖିଥିଲେ । ଆଉ ଏହାପରେ ପଛକୁ ଫେରିନଥିଲେ ନେତହନାନ ।